ପୃଷ୍ଠା:Saptascharya.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିଲେ । ମୋ ପାଦତଳେ ସାମୟିକଭାବେ ଶତ୍ରୁତା ଭୁଲି ଅଲମ୍ପିକ୍ସ କ୍ରୀଡ଼ା ଉତ୍ସବରେ ଭାଗ ନେଉଥିଲେ ବନ୍ଧୁ ଭାବରେ । ଏସିଆ ମାଇନର୍‍, ସିରିଆ, ଇଜିପ୍ଟ , ସିସିଲି ଇତ୍ୟାଦି ଅଞ୍ଚଳରୁ ବି ଆସୁଥିଲେ ଯୋଦ୍ଧା ଓ କ୍ରୀଡ଼ାବିତ୍‍, ଅଲମ୍ପିକ୍ସରେ ଭାଗ ନେବାପାଇଁ । ପ୍ରତି ଚାରିବର୍ଷରେ ହେଉଥିବା ଏହି କ୍ରୀଡ଼ା ମହାକୁମ୍ଭକୁ ଭୁଲିବା ସମ୍ଭବ ନଥିଲା- କାରଣ ଏହା ଥିଲା ଦେବରାଜ ଜିଅସ୍‍ଙ୍କପ୍ରତି ଆସ୍ଥା ଓ ସମ୍ମାନର ପ୍ରତୀକ । ଆଉ ମୁଁ ଥିଲି ଜିଅସ୍‍ଙ୍କ ସହ ସମ୍ପର୍କର ମାଧ୍ୟମ ।
ଦେବରାଜ ଜିଅସ୍‍ଙ୍କ ସମ୍ମାନରେ ଅଲମ୍ପିଆଠାରେ ଅଲମ୍ପିକ୍ସ କ୍ରୀଡ଼ା ଉତ୍ସବ ଖ୍ରୀଷ୍ଟପୂର୍ବ ୭୭୬ରୁ ଆରମ୍ଭ ହୋଇଥିଲା । ଅଲମ୍ପିଆଠାରେ ଥିଲା ଦେବରାଜ ଜିଅସ୍‍ଙ୍କର ଏକ ମନ୍ଦିର । ଏହା ଏକ ଖୁବ୍‍ ସାଧାରଣ ମନ୍ଦିର ଥିଲା । ସମୟ ସହ ତାଳଦେଇ ବଢ଼ିିଲା ଗ୍ରୀକ୍‍ ସାମ୍ରାଜ୍ୟର ଶକ୍ତି ଓ ପ୍ରତିପତ୍ତି । ଏହାସହ ଖାପଖାଇ ନଥିଲା ଦେବରାଜଙ୍କ ସାଧାରଣ ମନ୍ଦିର । ତେଣୁ ଚିନ୍ତା କରାଗଲା ଅଲମ୍ପିଆଠାରେ ଦେବରାଜ ଜିଅସ୍‍ଙ୍କର ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ । ଖ୍ରୀଷ୍ଟପୂର୍ବ ୪୫୦ରେ ଅଲମ୍ପିଆଠାରେ ଜିଅସ୍‍ଙ୍କର ଏକ ନୂତନ ମନ୍ଦିର ନିର୍ମିତ ହେଲା ସେତେବେଳର ଶ୍ରେଷ୍ଠ ଗ୍ରୀକ୍‍ ସ୍ଥପତି ଲିବନ୍‍ଙ୍କଦ୍ୱାରା । କିନ୍ତୁ ମନ ମାନିଲାନି ଗ୍ରୀକ୍‍ ସାମ୍ରାଜ୍ୟର । ଗ୍ରୀକ୍‍ ଶାସକମାନଙ୍କୁ ଲାଗିଲା, ସେମାନଙ୍କ ଦେବରାଜଙ୍କ ମନ୍ଦିରର ଭବ୍ୟତା ଆହୁରି ଅଧିକ ହେବା ଦରକାର । ଏହା ଏପରି ହେବା ଉଚିତ ଯାହାର ସମକକ୍ଷ ଆଉ କିଛି ଏ ସଂସାରରେ ନଥିବ ।
ଖୁବ୍‍ ଚିନ୍ତା କଲେ ଗ୍ରୀକ୍‍ର ଶାସକ ଓ ମନୀଷୀମାନେ । ଭାବିଲେ, ବିରାଟ ମନ୍ଦିର ତ ସବୁଠି ଗଢ଼ାଯାଉଛି, ହେଲେ ସବୁଠି ଦେବତାଙ୍କ ମୂର୍ତ୍ତିି ମନ୍ଦିର ତୁଳନାରେ ଛୋଟ । ଏଣୁ ଠିକ୍‍ କରାଗଲା

ସପ୍ତାଶ୍ଚର୍ଯ୍ୟ ୪୩