ଅଲମ୍ପିଆର ମନ୍ଦିରରେ ଜିଅସ୍ଙ୍କର ଏପରି ଏକ ବିରାଟ ମୂର୍ତ୍ତି ସ୍ଥାପନା କରାହେବ ଯାହାର ଆକାର ଆଗରେ ସଂସାରର ସବୁ ଦେବପ୍ରତିମା ତୁଚ୍ଛ ହୋଇଯିବେ । ଗ୍ରୀକ୍ମାନେ ନିଜକୁ ଭାବୁଥିଲେ ସଂସାରର ଶ୍ରେଷ୍ଠ ଜାତି ଓ ଯୋଦ୍ଧା । ଆଉ ଜିଅସ୍ ଥିଲେ ସେମାନଙ୍କ ଦେବତାମାନଙ୍କ ସମ୍ରାଟ । ଜିଅସ୍ଙ୍କ ଶ୍ରେଷ୍ଠତାକୁ ସେମାନେ ପ୍ରତିପାଦିତ କରିବାକୁ ଚାହିିଁଥିଲେ ମୂର୍ତ୍ତିିର ବିରାଟତା ଦ୍ୱାରା । ଆଥେନେ୍ସର ପ୍ରମୁଖ ମୂର୍ତ୍ତିିକାର ଫେଲଡିଆସ୍ଙ୍କୁ ନିୟୋଜିତ କରାଯାଇଥିଲା ଏହି ମୂର୍ତ୍ତି ନିର୍ମାଣ କରିବାପାଇଁ । ଫେଲଡିଆସ୍ଙ୍କ ଜୀବନର ଶ୍ରେଷ୍ଠ କଳାକୃତି ଭାବେ ଜନ୍ମ ନେଇଥିଲି ମୁଁ, ଜିଅସ୍ଙ୍କ ବିରାଟତାର ପ୍ରତୀକ ଭାବେ । ମୋତେ ନିର୍ମାଣ କଲାବେଳେ ଫେଲଡିଆସ୍ଙ୍କ ଉପରେ ପ୍ରତି ମୁହୂର୍ତ୍ତରେ ଗ୍ରୀକ୍ ଶାସକମାନେ ଚାପ ପକାଇ ଚାଲିିଥିଲେ, ଯେପରି ମୁଁ ହେବି ସଂସାରର ଶ୍ରେଷ୍ଠ ମୂର୍ତ୍ତିି । ଫେଲଡିଆସ୍ ନିଜ ପ୍ରଚେଷ୍ଟାରେ ସଫଳ ହୋଇଥିଲେ । ତାଙ୍କ ମୃତ୍ୟୁର ୬୦୦ବର୍ଷ ପରେ ବି ଦୂରଦୂରାନ୍ତରରୁ ଲୋକେ ଅଲମ୍ପିଆ ଆସୁଥିଲେ କେବଳ ମୋର ଦର୍ଶନ ପାଇଁ । ଅନେକ ଇତିହାସକାରଙ୍କ ମତରେ, ଜୀବନରେ ଥରେ ମୋତେ ନଦେଖିିବା ମଣିଷର ଜୀବନ ଥିଲା ନିରର୍ଥକ । ତେଣୁ ମୋତେ ଗ୍ରହଣ କରାଯାଉଥିଲା ପୁରାତନ ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ।
ପୃଷ୍ଠା:Saptascharya.pdf/୪୪
ଦେଖଣା