ପୃଷ୍ଠା:Saptascharya.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଚାରସ୍‍ଙ୍କୁ କୁହାଗଲା, ମୋର ଆକାର ଏପରି ବିରାଟ କରିବାକୁ ହେବ ଯେପରି ଏପରି ମୂର୍ତ୍ତିି ଆଗରୁ କେହି କେଉଁଠି ଦେଖି ନ ଥିବେ । ହେଲିଓସ୍ ଥିଲେ ରୋହ୍‍ଡ଼ସ୍‌ର ଅଧିଷ୍ଠାତା ଦେବତା । ସେ ଥିଲେ ସୌରାଲୋକର ପ୍ରତୀକ । ପୁରାଣ ଅନୁଯାୟୀ ପ୍ରତ୍ୟେକ ସକାଳେ ସେ ନିଜ ସୁବର୍ଣ୍ଣ ରଥରେ ପୂର୍ବାକାଶରୁ ବାହାରନ୍ତି ସକଳ ଜଗତକୁ ଆଲୋକ ବାଣ୍ଟିବାକୁ । ସନ୍ଧ୍ୟାରେ ସେ ଲୁଚି ଯାଆନ୍ତି ଦୂର ପଶ୍ଚିମ ଦିଗ୍‍ବଳୟରେ । ସେଠାରୁ ସେ ଏକ ପାତ୍ରରେ ବସି ରାତି ଭିତରେ ପହଞ୍ଚନ୍ତି ପୂର୍ବ ଦିଗ୍‍ବଳୟରେ ପୁଣି ଥରେ ସକାଳୁ ନିଜ ସୁବର୍ଣ୍ଣ ରଥରେ ବିରାଜମାନ ହେବାପାଇଁ । ମୁଁ ଥିଲି ରୋହ୍‍ଡସ୍‍ ନିବାସୀମାନଙ୍କର ଏହି ମାନସ ଦେବପୁରୁଷଙ୍କର ବିଶାଳ ପ୍ରତିକୃତି ।

୭୦ ସପ୍ତାଶ୍ଚର୍ଯ୍ୟ