ପୃଷ୍ଠା:Saptascharya.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ନିର୍ମାଣ ସଂପୂର୍ଣ୍ଣ ହେବାପାଇଁ ଲାଗିଥିଲା ବାର ବର୍ଷ । ମୋର ପୂର୍ଣ୍ଣାଙ୍ଗ ଅବୟବକୁ ଖ୍ରୀଷ୍ଟପୂର୍ବ ୨୮୨ରେ ଅନାବରଣ କରାଯାଇଥିଲା । ମୋର ଉଚ୍ଚତା ଥିଲା ପ୍ରାୟ ୩୩ ମିଟର । ଏବେକାର ଏକ ସାତ ତାଲା ଅଟ୍ଟାଳିକାର ଉଚ୍ଚତା ସହ ପ୍ରାୟ ସମାନ । ଲୁହାର ଏକ ଢାଞ୍ଚା ଉପରେ କଂସାର ଖଣ୍ତଖଣ୍ତ ଖୋଳ ଯୋଡ଼ାଯାଇଥିଲା ମୋର ନିର୍ମାଣପାଇଁ । ଏକ ଶୁଭ୍ର ପ୍ରସ୍ତର ବେଦୀ ଉପରେ ଠିଆ ହୋଇଥିଲେ ଆଲୋକର ଦେବତା ହେଲିଓସ୍‍ । ପ୍ରଥମେ ଏହି ବେଦୀ ଉପରେ ମୂର୍ତ୍ତିିର ଗୋଡ଼ଦୁଇଟିକୁ ନିର୍ମାଣ କରାଯାଇଥିଲା । ପରେ ମୂର୍ତ୍ତିିର ବିରାଟ ଲୌହ ନିର୍ମିତ କଙ୍କାଳ ସଦୃଶ ଢାଞ୍ଚା । ଏଥିପାଇଁ ମାସେଡୋନିଆର ଯୋଦ୍ଧାମାନେ ଛାଡ଼ିଯାଇଥିବା ଯୁଦ୍ଧ ଗମ୍ବୁଜ ହେଲାପୋଲିସକୁ ବ୍ୟବହାର କରାଯାଇଥିଲା । ଉପର ଅଂଶଗୁଡ଼ିକୁ ନିର୍ମାଣ କରିବାପାଇଁ ମୋ ଚାରିପଟେ ଏକ ସୁଉଚ୍ଚ ମାଟିର ମଞ୍ଚ ନିର୍ମାଣ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ସରିବାପରେ ସେହି ମାଟି ମଞ୍ଚକୁ ହଟେଇ ଦିଆଯାଇଥିଲା ।

ସପ୍ତାଶ୍ଚର୍ଯ୍ୟ ୭୧