ଅନୁସାରେ ହେଲିଓସ୍ଙ୍କ ବିରାଟ ମୂର୍ତ୍ତିି ଦୁଇଗୋଡ଼ ଫାଡ଼ି ଠିଆହୋଇଥିଲା ରୋହ୍ଡ଼ସ୍ ପୋତାଶ୍ରୟର ପ୍ରବେଶପଥରେ । ଏହା ଯେପରି ଥିଲା ପୋତାଶ୍ରୟର ପ୍ରବେଶ ତୋରଣ । ହେଲିଓସ୍ଙ୍କ ଦୁଇଗୋଡ଼ ମଧ୍ୟ ଦେଇ ପାର ହେଉଥିଲେ ବିରାଟ ଜାହାଜସବୁ । ସେକ୍ସପିଅର ମଧ୍ୟ ନିଜ ନାଟକମାନଙ୍କରେ ଏହି କିମ୍ବଦନ୍ତୀର ବର୍ଣ୍ଣନା କରିଛନ୍ତି । ତାଙ୍କର 'ଜୁଲିଅସ୍ ସିଜର' ନାଟକରେ କାସିୟସ୍ ନାମକ ପାତ୍ର ବର୍ଣ୍ଣନା କରିଛି, କିପରି ଜାହାଜମାନେ ରୋହ୍ଡ଼ସ୍ରେ ପହଞ୍ଚିବାପାଇଁ ମୋର ଗୋଡ଼ ମଧ୍ୟ ଦେଇ ଗତି କରନ୍ତି ।
କିନ୍ତୁ ମୁଁ ଜାଣେ ଏ କିମ୍ବଦନ୍ତୀ ଏକ ମାନସ-ବିଳାସ । ଏହା ସତ୍ୟ ନୁହେଁ । ଏପରି ଏକ ବିରାଟ ମୂର୍ତ୍ତିି ଠିଆ ହୋଇ ରହିବା କଷ୍ଟକର- କାରଣ, ଏହାର ଭାରସାମ୍ୟ ଠିକ୍ ରହିବ ନାହିଁ । ମଜା କଥା ହେଲା, ଯଦି ମୋର ପ୍ରକୃତ ରୂପ କିମ୍ବଦନ୍ତୀ ଭଳି ହୋଇଥାନ୍ତା ତେବେ ମୋର ଧ୍ୱଂସାବଶେଷ ପୋତାଶ୍ରୟର ପ୍ରବେଶପକୁ ବନ୍ଦ କରି ଦେଇଥାନ୍ତା । ପ୍ରବେଶପଥକୁ ପୁଣିଥରେ ଖୋଳି ଜାହାଜମାନଙ୍କପାଇଁ ବ୍ୟବହାର ଉପଯୋଗୀ କରିବା ସହଜସାଧ୍ୟ ହୋଇ ନ ଥାନ୍ତା । କାରଣ, ତାହା ସମୁଦ୍ର ଗର୍ଭରେ ପଡ଼ିଥାଆନ୍ତା ।
ପ୍ରକୃତରେ ମୋତେ ନିର୍ମାଣ କରାଯାଇଥିଲା ସ୍ଥଳଭାଗ ଉପରେ, ରୋହଡ଼ସ୍ ଦ୍ୱୀପର ମଣ୍ଡ୍ରାଳି ନାମକ ସ୍ଥାନରେ । ମୋର ବିରାଟ ରୂପ ବିମୋହିତ କରୁଥିଲା ସମୁଦ୍ରର ନାବିକମାନଙ୍କୁ । ମୋ ପାଖ ଦେଇ ପୋତାଶ୍ରୟ ଭିତରକୁ ପ୍ରବେଶ କଲାବେଳେ ନାବିକମାନଙ୍କୁ ଲାଗୁଥିଲା ସେମାନେ ଯେପରି ହେଲିଓସ୍ଙ୍କ ପାଦ ଅନୁପାତରେ ବି ତୁଚ୍ଛ । ଏଥିରୁ ଜନ୍ମ ନେଇଥିଲା ପ୍ରସିଦ୍ଧ କିମ୍ବଦନ୍ତୀ ।