ପୃଷ୍ଠା:Saptascharya.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିରାଟତା ନଥିଲା, ଯାହା ଦ୍ୱାରା ସମୁଦ୍ର ଭିତରୁ ନାବିକମାନେ ବାରିପାରିବେ ଆଲେକ୍‍ଜାଣ୍ତ୍ରିଆର ସ୍ଥିତି । ତେଣୁ ପୋତାଶ୍ରୟ ନିକଟରେ ଏକ ବତିଘର ନିର୍ମାଣ କରିବା ପ୍ରଥମ ଆବଶ୍ୟକତା ଥିଲା ।
ଆଲେକଜାଣ୍ତ୍ରିଆ ଥିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟର ଯୋଗସୂତ୍ର । ତେଣୁ ଟୋଲେମି ସୋତର୍‍ ଏପରି ଏକ ବତିଘର ନିର୍ମାଣ କରିବାକୁ ଯୋଜନା କଲେ, ଯାହାକୁ ଦୂରରୁ ଦେଖି ଯେକୌଣସି ଜାହାଜ

ସପ୍ତାଶ୍ଚର୍ଯ୍ୟ ୭୯