ପୃଷ୍ଠା:Saptascharya.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଲେକ୍‍ଜାଣ୍ତ୍ରିଆ ସହରର ଯାଦୁଘରରେ । ଏହି ତାଲିକାର ପ୍ରକୃତ ଦସ୍ତାବିଜ ଆଜିଯାଏ ମିଳି ନାହିିଁ । ହେଲେ ସେମାନଙ୍କ ପରବର୍ତ୍ତୀ ଇତିହାସକାରମାନେ ସେମାନଙ୍କର ଏହି ସପ୍ତାଶ୍ଚର୍ଯ୍ୟ ବାଛିବା କଥାକୁ ବର୍ଣ୍ଣନା କରିଛନ୍ତି ନିଜ ଲେଖାମାନଙ୍କରେ । ବିଶ୍ୱର ମାନବ ନିର୍ମିତ ସପ୍ତାଶ୍ଚର୍ଯ୍ୟ ମାନଙ୍କର ଏକ ତାଲିକା ଖ୍ରୀଷ୍ଟପୂର୍ବ ୧୪୦ରେ ଲିଖିତ ଏକ ଗ୍ରୀକ୍‍ କବିତାରେ ମିଳେ ।
ଗ୍ରୀକ୍‍ ପଣ୍ତିତ ଓ ଇତିହାସକାରମାନେ ସାତଟି ମାନବ ନିର୍ମିତ ବସ୍ତୁକୁ ବିଶ୍ୱର ଆଶ୍ଚର୍ଯ୍ୟ ଭାବରେ ନାମିତ କରିିଲେ । କୁହାଯାଇପାରେ, ଏହା ଥିଲା ଏକପ୍ରକାର ପର୍ଯ୍ୟଟନ ବିକାଶ ପ୍ରଚେଷ୍ଟା । ଲୋକମାନଙ୍କୁ କୁହାଯାଉଥିଲା, ନିଜ ଜୀବନକାଳ ମଧ୍ୟରେ ଏହି ସାତଟି ମାନବକୃତ ନିର୍ମାଣ ସେମାନେ ନିଶ୍ଚିତ ଦେଖିବା ଦରକାର । ତାଲିକାରେ ଥିବା ସ୍ମାରକୀଗୁଡ଼ିକ ଭୂମଧ୍ୟସାଗର ଚାରିପାଖରେ ଅବସ୍ଥିତ ଥିଲେ । ନିଜ ଜ୍ଞାନର ସୀମିତ ପରିଧିରେ ବାନ୍ଧି ହୋଇ ସେମାନେ ବିଶ୍ୱର ପରିଧିକୁ ଖୁବ୍‍ କମାଇ ଦେଇଥିଲେ । ପୁରାତନ ବିଶ୍ୱ ବା କୁହାଯାଇପାରେ ପୁରାତନ ଗ୍ରୀକ୍‍ମାନଙ୍କ ସପ୍ତାଶ୍ଚର୍ଯ୍ୟ ଥିଲେ-
୧) ଗୀଜାର ବିଶାଳ ପିରାମିଡ୍‍ ।
୨) ବେବିଲୋନ୍‍ର ଝୁଲନ୍ତା ବଗିଚା ।
୩) ଆର୍ଟେମିସ୍‍ଙ୍କ ମନ୍ଦିର ।
୪) ଅଲି-ିଆରେ ଥିବା ଜିଅସ୍‍ଙ୍କ ମୂର୍ତ୍ତି ।
୫) ହାଲିକାର୍ନାସସ୍‍ର ସୁରମ୍ୟ ସମାଧି ପୀଠ ।
୬) ରୋହ୍‍ଡ଼ସ୍‍ର କଲୋସସ୍‍ ମୂର୍ତ୍ତି ।
୭) ଆଲେକ୍‍ଜାଣ୍ତ୍ରିଆର ବତିଘର ।
କେବଳ ପିରାମିଡ୍‍ ମାନଙ୍କୁ ଛାଡିଦେଲେ ଅନ୍ୟ ୬ଟି ମାନବ ନିର୍ମିତ ଉତ୍କର୍ଷର କୌଣସି ପୂର୍ଣ୍ଣାଙ୍ଗ ଅସ୍ତିର୍ତ୍ୱ ନାହିିଁ । ସମୟ ସୁଅରେ ସେମାନେ ହଜି ଯାଇଛନ୍ତି । ସେମାନଙ୍କ ବର୍ଣ୍ଣନା କେବଳ ଅଛି ପୁରାତନ ସାହିତ୍ୟ ଓ ଐତିହାସିକ ଦସ୍ତାବିଜ୍‍ ମାନଙ୍କରେ । ଇତିହାସର ମଧ୍ୟଯୁଗରେ ଏହି ସପ୍ତାଶ୍ଚର୍ଯ୍ୟର ତାଲିକାକୁ କାଟ ଛାଣ୍ଟ କରାଯାଇିଲା । ସେତେବେଳେ ପରିବ୍ରାଜକମାନଙ୍କ ସଂଖ୍ୟା ବି ବଢ଼ିିଥିଲା । ତେଣୁ ଅଲଗା ଅଲଗା ପ୍ରକାରର ସପ୍ତାଶ୍ଚର୍ଯ୍ୟ ତାଲିକା ଦେଖିବାକୁ ମିଳିିଥିଲା ।
ସାରା ବିଶ୍ୱରେ ସପ୍ତାଶ୍ଚର୍ଯ୍ୟକୁ ନେଇ ଏକ ଅଜବ ଆଲୋଡ଼ନ ସୃଷ୍ଟି ହୋଇଥିଲା ୨୦୦୭ରେ । ବିଶ୍ୱର ବିଭିନ୍ନ ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ନିଜ ଦେଶର ସ୍ମାରକକୁ ଅଧିକରୁ ଅଧିକ ଏସ୍‍.ଏମ୍‍.ଏସ୍‍ ଭୋଟ ଦେଇ ବିଶ୍ୱର ନୂତନ 'ସପ୍ତାଶ୍ଚର୍ଯ୍ୟ ତାଲିକା'ର ଅଂଶ କରିବାକୁ । ଏଥିପାଇଁ କେବଳ ଇଣ୍ଟରନେଟ୍‍ ଓ ମୋବାଇଲ୍‍ ଫୋନ୍‍ର ଏସ୍‍.ଏମ୍‍.ଏସ୍‍ ଦ୍ୱାରା ଭୋଟ୍‍ ଦେଇ ହେଉଥିଲା । ବିଶ୍ୱରେ ଐତିହାସିକ ସ୍ମାରକୀମାନଙ୍କ ସୁରକ୍ଷା ଓ ପ୍ରଚାର ପାଇଁ କାମ କରୁଥିବା ମିଳିତ ଜାତିସଂଘର ସଂସ୍ଥା UNESCO କିନ୍ତୁ ନିଜକୁ ଏହି ଇଲେକଟ୍ରନିକ୍‍ ସପ୍ତାଶ୍ଚର୍ଯ୍ୟ ଭୋଟିଂ ଠାରୁ ଦୂରେଇ ରଖିଥିଲା । UNESCO ମତରେ ଏହି ସପ୍ତାଶ୍ଚର୍ଯ୍ୟ ନିର୍ବାଚନକୁ ସାରା ବିଶ୍ୱର ନାଗରିକମାନଙ୍କ ମତାମତ କହିବା ଉଚିତ ହେବନାହିିଁ;

୮ ସପ୍ତାଶ୍ଚର୍ଯ୍ୟ