ପୃଷ୍ଠା:Sarala Bhashatattwa.pdf/106

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୧୦୧

ସରଳ ଭାଷାତତ୍ତ୍ୱ

ଶବ୍ଦର ଅର୍ଥ 'ଜୋତା' । ଏହି ଶବ୍ଦରୁ ଏକ ଦିଗରେ ମୋଚି ଓ ଅନ୍ୟ ଦିଗରେ ମୋଜା ଉତ୍ପନ୍ନ ହୋଇଅଛି । ସମ୍ଭବତଃ ଏହି ଶବ୍ଦର ମୂଳରେ ପ୍ରାଚୀନ ଆର୍ଯ୍ୟ ମୁକ୍ ଧାତୁ ଓ ଲୁପ୍ତ ସଂସ୍କୃତ ମୋଚିକ ଶବ୍ଦ ଅଛି ହୋଲି ଅନୁମିତ ହୁଏ ।
ଆର୍ଯ୍ୟ ଭାଷା-ଶବ୍ଦମାନଙ୍କର ଉତ୍ପତ୍ତି ଏହିପରି ଭାବାରେ ଅନୁସରଣ କରି ଆମ୍ଭେମାନେ କେତେଗୁଡିଏ ମୂଳ ଭାଷାଗୋଷ୍ଠୀରେ ଉପସ୍ଥିତ ହେଉଁ ଓ ଏହି ଭାଷାଗୋଷ୍ଠୀମାନଙ୍କୁ ଆଶ୍ରୟ କରି ବର୍ତ୍ତମାନ ପ୍ରଚଳିତ ଭାଷାମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରିଥାଉଁ । ଏହି ଅନୁସାରେ (୧)ଚୈନିକ ଗୋଷ୍ଠିରେ ଆମ୍ଭେମାନେ ଚୀନ ଭାଷା, ଅନାମିଜ ଭାଷା (କୋଚିନ୍ ଚାଏନା, କାମ୍ୱୋଜ ପ୍ରଭୃତିରେ କଥିତ), ଶ୍ୟାମ ଦେଶ ଭାଷା (ଶ୍ୟାମ ଦେଶରେ କଥିତ), ବର୍ମି ଭାଷା (ବ୍ରହ୍ମଦେଶ), ତିବ୍ବତି ଭାଷା ପ୍ରଭୃତି ସ୍ୱୀକାର କରୁଁ । (୨)ସେମିଟିକ ଗୋଷ୍ଠୀ ମଧ୍ୟରେ ଆମ୍ଭେମାନେ ଆରବି, ହିବ୍ରୁ, ଫିନିସିୟ, ଆସିରୀୟ (ବେବିଲୋନିଆରେ କଥିତ) ଅନ୍ତର୍ଗତ ବୋଲି ମନେ କରିଥାଉଁ । ଇଜିପ୍ଟ ଦେଶର ଭାଷା, ଇଥିଓପିୟ (ଆବିସିନିଆରେ କଥିତ ଭାଷା) ଓ ବର୍ବର (ଆଫ୍ରିକାର ଉତ୍ତର ଉପକୂଳରେ କଥିତ)ଭାଷାମାନଙ୍କୁ (୩) ହାମିଟିକ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ମନେ କରାଯାଏ । ପୃଥିବୀରେ ନାନା ଭାଷା ମଧ୍ୟରେ ଏତେ ପାର୍ଥକ୍ୟ ବିଦ୍ୟମାନ ଓ ଆମ୍ଭେମାନେ ସେହି ସବୁ ଭାଷା ବିଷୟରେ ଏତେ ଅଜ୍ଞ ଯେ, କେବଳ କେତେଗୋଟି ଗୋଷ୍ଠୀରେ ଇଙ୍ଗିତ ଦେବାହିଁ ଏହି କ୍ଷୁଦ୍ର ଗ୍ରନ୍ଥରେ ସମ୍ଭବ ।
ଓଡ଼ିଆ ଭାଷା ଏକ ବିରାଟ ପ୍ରାଚୀନ ଆର୍ଯ୍ୟଗୋଷ୍ଠୀର ଅନ୍ତର୍ଗତ । ଏହି ଗୋଷ୍ଠୀର ଲୋକେ ଅତି ପ୍ରାଚୀନ କାଳରେ ସମ୍ଭବତଃ କାସ୍ପିଆନ୍ ସାଗର ଉପକୂଳ ଭାଗରେ ବାସ କରୁଥିଲେ ଓ ପ୍ରଧାନତଃ ସେହିଠାରୁ ଏହି ଗୋଷ୍ଠୀଭୁକ୍ତ ଲୋକମାନେ ଏକ ଦିଗରେ ପାରସ୍ୟ ମଧ୍ୟ ଦେଇ ଭାରତାଆଡେ ଅନ୍ୟ ଦିଗରେ ଗ୍ରୀସ, ଇଟାଲୀ ଓ ଅନ୍ୟାନ୍ୟ ଇଉରୋପୀୟ ଦେଶମାନଙ୍କ ଆଡେ ଗତି କରିଥିବା ସମ୍ଭବ । ପ୍ରାଚୀନ ଆର୍ଯ୍ୟମାନେ ନିଶ୍ଚିତଭାବରେ କେଉଁଠାରେ ବାସ କରୁଥିଲେ ଓ କେଉଁ ସମୟରେ ସେମାନେ ନିଜର ଆବାସସ୍ଥାନ ଛାଡି କ୍ରମଶଃ ବିଭିନ୍ନ ଦିଗରେ ଗତି କରିବାକୁ ଆରମ୍ଭ କଲେ, ଏ ବିଷୟରେ ମତଦ୍ୱୈଧ ଲକ୍ଷିତ ହୋଇଥାଏ; କିନ୍ତୁ ଏହି ଭାଷାରୁ ଏକ ଦିଗରେ ପ୍ରାଚୀନ ପାରସିକ, ବୈଦିକ ଭାଷା, ସଂସ୍କୃତ, ପାଲି, ପ୍ରାକୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ, ପଞ୍ଜାବୀ ପ୍ରଭୃତି ଭାଷା ଓ ଅନ୍ୟ ଦିଗରେ ଗ୍ରୀକ, ଲାଟିନ୍, ଫ୍ରେଞ୍ଚ, ସ୍ପେନିଶ, ଇଂରାଜୀ, ଜର୍ମାନ୍ ପ୍ରଭୃତି ଭାଷାମାନଙ୍କର ମଧ୍ୟ ଦେଇ ବର୍ତ୍ତମାନ ଓଡ଼ିଆ ଭାଷାର ଉଦ୍ଭବ ହୋଇଅଛି ଓ ଓଡ଼ିଆ ଭାଷା