ପୃଷ୍ଠା:Sarala Bhashatattwa.pdf/16

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩
ସରଳ ଭାଷାତତ୍ତ୍ୱ

ଥାଏ । 'Jin' ଓ 'Gin' ଏହି ଦୁଇ ଶବ୍ଦରେ 'J' ଓ 'G' ଦୁଇଗୋଟି ପୃଥକ୍ ବର୍ଣ୍ଣ ବ୍ୟବହୃତ ହେଉଥିଲେହେଁ ଏ ଦୁଇ ଅକ୍ଷରଦ୍ୱାରା ଏହି ଶବ୍ଦମାନଙ୍କରେ ଏକ ଧ୍ୱନି ସୂଚିତ ହେଉଅଛି । ଅନ୍ୟାନ୍ୟ ଭାଷା ଅପେକ୍ଷା ସଂସ୍କୃତ ଏ ଦିଗରେ ଉନ୍ନତ । ଧ୍ୱନିମାନଙ୍କର ଉଚ୍ଚାରଣସ୍ଥାନ ବା ଅନ୍ୟାନ୍ୟ ପାର୍ଥକ୍ୟ ଅନୁସାରେ ସଂସ୍କୃତରେ ବର୍ଣ୍ଣମାନଙ୍କୁ ନାନା ପ୍ରକାରେ ବିଭକ୍ତ କରାଯାଇଅଛି ଓ ଏହିପରି ଶ୍ରେଣୀବିଭାଗ ଦ୍ୱାରା ବର୍ଣ୍ଣମାନଙ୍କ ମଧ୍ୟରେ ଧ୍ୱନିଗତ ସାମଞ୍ଜସ୍ୟ ଓ ପାର୍ଥକ୍ୟ ଯଥାଯଥଭାବରେ ସୂଚିତ ହୋଇଅଛି । ବର୍ତ୍ତମାନ ଓଡ଼ିଆ, ବଙ୍ଗଳା ପ୍ରଭୃତି ଭାଷାରେ ଯେଉଁ ଧ୍ୱନିମାନଙ୍କର ବ୍ୟବହାର ଦେଖାଯାଏ, ତାହା ସଂସ୍କୃତ ଭାଷାରେ ସ୍ୱୀକୃତ ଧ୍ୱନିମାନଙ୍କର ଅନୁକୃତି ମାତ୍ର ।

ସ୍ୱର ଓ ବ୍ୟଞ୍ଜନ:- ସଂସ୍କୃତରେ ଧ୍ୱନିମାନଙ୍କୁ ସ୍ୱର ଓ ବ୍ୟଞ୍ଜନ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି ଓ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ସୁବିଦିତ । ମାତ୍ର ଅନ୍ୟାନ୍ୟ ଅନେକ ଭାଷାରେ ଧ୍ୱନିମାନଙ୍କୁ ଏପରି ପୃଥକ୍ ପୃଥକ୍ ଭାବରେ ସନ୍ନିବେଶିତ କରିବାର ରୀତି ପ୍ରଚଳିତ ନାହିଁ ଏବଂ ଏହି ରୀତି ଯେ ବହୁ ପରବର୍ତ୍ତୀକାଳରେ ସଂସ୍କୃତ ଭାଷାରେ ପ୍ରବର୍ତ୍ତିତ ହୋଇଅଛି, ସେଥିରେ ସନ୍ଦେହ ନାହିଁ । ପୁଣି ସଂସ୍କୃତରେ ହ୍ରସ୍ୱ ଓ ଦୀର୍ଘ ସ୍ୱରକୁ ପୃଥକ୍ ଭାବରେ ନିର୍ଦ୍ଦେଶିତ କରିବାର ଯେପରି ରୀତି ପ୍ରଚଳିତ ଅଛି, ଇଂରାଜୀ ପ୍ରଭୃତି ଭାଷାରେ ତାହା ନାହିଁ । ଏପରି କି ସଂସ୍କୃତରୁ ଉତ୍ପନ୍ନ ପ୍ରାକୃତ ଭାଷାମାନଙ୍କରେ ମଧ୍ୟ ଏହି ପାର୍ଥକ୍ୟକୁ ଲୋପ କରାଯାଇ କେବଳ ହ୍ରସ୍ୱ ସ୍ୱରର ବ୍ୟବହାର ପ୍ରବର୍ତ୍ତିତ ହୋଇଥିଲା । କିନ୍ତୁ ସଂସ୍କୃତ ସ୍ୱରବର୍ଣ୍ଣମାନଙ୍କର ଧ୍ୱନିପ୍ରକାଶିକା ଶକ୍ତି ଆଲୋଚନା କଲେ, ଆମ୍ଭେମାନେ କେତେକ ଅସମ୍ପୂର୍ଣ୍ଣତା ଦେଖି ପାରୁଁ । ଇଂରାଜୀ not ଓ nut ରେ ଯେଉଁ ଦୁଇଗୋଟି ସ୍ୱର ବ୍ୟବହୃତ, ସଂସ୍କୃତରେ ସେମାନଙ୍କର ପାର୍ଥକ୍ୟ ନିର୍ଦ୍ଦେଶ କରିବା ଅସମ୍ଭବ; ପୁଣି gone ଓ gun ର ପାର୍ଥକ୍ୟ ମଧ୍ୟ ସୂଚିତ ହୋଇ ନ ପାରେ । ଅନୂଲେଖ ସମୟରେ father, air, unity, ram ପ୍ରଭୃତି ଶବ୍ଦର ଯଥାଯଥ ଅନୁଲେଖ କରିବା ସଂସ୍ଖୃତ ଭାଷାରେ ଅସମ୍ଭବ । ଭାଷାତତ୍ତ୍ୱବିତ୍‌ମାନଙ୍କ ମତରେ ସ୍ଥୂଳତଃ ୩୬ ଗୋଟି ସ୍ୱରବର୍ଣ୍ଣର ବ୍ୟବହାର ଭାଷାରେ ସମ୍ଭବ ଓ ସେମାନଙ୍କ ମଧ୍ୟରୁ କେବଳ ଦଶ ଗୋଟି ସ୍ୱରବର୍ଣ୍ଣର ବ୍ୟବହାର ସଂସ୍କୃତ ଭାଷାରେ ଥିଲା ଓ ସଂସ୍କୃତ ଭାଷାରୁ ଉତ୍ପନ୍ନ ଓଡ଼ିଆ ବଙ୍ଗଳା ପ୍ରଭୃତି ଭାଷାମାନଙ୍କରେ ମଧ୍ୟ ଏହି ଦଶଗୋଟି ସ୍ୱବରର ବ୍ୟବ ହାର ଦେଖାଯାଏ । ଏହି ଦଶଗୋଟି ସ୍ୱର ମଧ୍ୟରେ ଅବଶ୍ୟ ଅ(ହ୍ରସ୍ୱଆ)ଇ,ଉ ଏହି ତିନିଗୋଟି ମୂଳସ୍ୱର । ପ୍ରାୟ ପ୍ରତ୍ୟେକ ଭାଷାରେ ଏହି ତିନିଗୋଟି ସ୍ୱରବର୍ଣ୍ଣର ବ୍ୟବହାର ସୁପରିସ୍ଫୁଟ । ପୁଣି ଏହି ସ୍ୱରମାନଙ୍କ