ପୃଷ୍ଠା:Sarala Bhashatattwa.pdf/18

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫
ସରଳ ଭାଷାତତ୍ତ୍ୱ
ଅଳ୍ପପ୍ରାଣ ମହାପ୍ରାଣ ଅଳ୍ପପ୍ରାଣ ମହାପ୍ରାଣ
କଣ୍ଠ୍ୟ -
ତାଲବ୍ୟ -
ମୂର୍ଦ୍ଧଣ୍ୟ -
ଦନ୍ତ୍ୟ -
ଓଷ୍ଠ୍ୟ -
କ୍ଷଣଧ୍ୱନି କ୍ଷଣଧ୍ୱନି ମଧ୍ୟଧ୍ୱନି ମଧ୍ୟଧ୍ୱନି ଅନୁନାସିକ

ଅର୍ଥାତ୍ କ ଖ ଗ ଘ ଙ ଏହି ବର୍ଣ୍ଣମାନଙ୍କର ଧ୍ୱନି କଣ୍ଠଦେଶରୁ ନିର୍ଗତ ହୁଏ ଓ ଏମାନଙ୍କର ଉଚ୍ଚାରଣ ସମୟରେ ଜିହ୍ୱାର ବିଶେଷ କୌଣସି କାର୍ଯ୍ୟ ନ ଥାଏ । ପୁଣି ଚ ଛ ଜ ଝ ଞ ର ଉଚ୍ଚାରଣ ସମୟରେ ଜିହ୍ୱା ତାଳୁକୁ ସ୍ପର୍ଶ କରେ, ଟ ଠ ଡ ଢ ଣ ର ଉଚ୍ଚାରଣ ସମୟରେ ଜିହ୍ୱା ମୂର୍ଦ୍ଧାକୁ ସ୍ପର୍ଶ କରେ, ତ ଥ ଦ ଧ ନ ର ଉଚ୍ଚାରଣ ସମୟରେ ଜିହ୍ୱା ଦନ୍ତ ସହିତ ସଂଶ୍ଳିଷ୍ଟ ହୁଏ ଓ ପ ଫ ବ ଭ ମ ଏଗୁଡ଼ିକର ଉଚ୍ଚାରଣ ସମୟରେ ଦୁଇଗୋଟି ଓଷ୍ଠ ସମ୍ମିଳିତ ହୁଏ । ପୁଣି କ ଚ ଟ ତ ପ ଓ ଗ ଜ ଡ଼ ଦ ବ ଏହି ଧ୍ୱନିଗୁଡ଼ିକ ଅଳ୍ପ ପ୍ରାଣ । କାରଣ ଏମାନଙ୍କ ସ ହିତ 'ହ' ଧ୍ୱନିଯୁକ୍ତ କରାଯାଇ ଖ ଛ ଠ ଥ ଫ ଓ ଘ ଝ ଢ଼ ଧ ଭ ଏହି ଧ୍ୱନିଗୁଡ଼ିକ ଉତ୍ପନ୍ନ ହୁଅନ୍ତି ଓ ଏହି 'ହ' ଧ୍ୱନି ଥିବାରୁ ଏମାନଙ୍କୁ ମହାପ୍ରାଣ ବୋଲାଯାଏ । ଏତଦ୍ଭିନ୍ନ କ ଚ ଟ ଢ଼ ପ ଓ ଖ ଛ ଠ ଥ ଫ ଏହି ଧ୍ୱନିମାନଙ୍କୁ କ୍ଷଣଧ୍ୱନି ବୋଲାଯାଏ । କାରଣ ଏମାନଙ୍କର ଧ୍ୱନି ବାସ୍ତବରେ ଗ ଜ ଡ଼ ଦ ବ ଓ ଘ ଝ ଢ଼ ଧ ଭ ଅପେକ୍ଷା ଅଳ୍ପକ୍ଷଣ ସ୍ଥାୟୀ ହୋଇଥାଏ ଓ ଏମାନଙ୍କର ଉଚ୍ଚାରଣରେ ଅଧିକ ପ୍ରୟାସର ପ୍ରୟୋଜନ ହୋଇଥାଏ । ଭାଷାତତ୍ତ୍ୱରେ ଧ୍ୱନିମାନଙ୍କର ବିକାର ଏକ ପ୍ରଧାନ ବିଚାର୍ଯ୍ୟ ବିଷୟ ଓ ଏହା ବିଚାର କରିବା ସମୟରେ ଧ୍ୱନିମାନଙ୍କର ଶ୍ରେଣୀବିଭାଗ ଓ ତହିଁ ସହିତ ସଂଶ୍ଳିଷ୍ଟ ବର୍ଣ୍ଣମାନଙ୍କର ବିଭାଗ ପ୍ରତି ସମ୍ୟକ୍ ଅବହିତ ହେବା ଏକାନ୍ତ ପ୍ରୟୋଜନ । ସଂସ୍କୃତରେ ଏସବୁ ଭିନ୍ନ କେତେକ ଅବର୍ଗ୍ୟ ବର୍ଣ୍ଣର ପ୍ରୟୋଗ ଦେଖାଯାଏ; ଯଥା - ଯ ର ଳ ବ ହ ଶ ଷ ସ ପ୍ରଭୃତି । ଏହି ଧ୍ୱନିମାନଙ୍କର ସମ୍ପୂର୍ଣ୍ଣ ପର୍ଯ୍ୟାୟଗତ ଅନ୍ୟ ଧ୍ୱନି ନ