ପୃଷ୍ଠା:Sarala Bhashatattwa.pdf/32

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯
ସରଳ ଭାଷାତତ୍ତ୍ୱ

ହେବ । ରୋମକ ଲିପି ଅପେକ୍ଷାକୃତ ସହଜସାଧ୍ୟ ବୋଲି ଅନେକ ଦେଶରେ ଏହି ଲିପିର ବ୍ୟବହାର ପ୍ରତି ଲୋକମାନଙ୍କର ଆଗ୍ରହ ଦେଖା ଯାଉଅଛି, ଏପରି କି ରବୀନ୍ଦ୍ରନାଥଙ୍କର କେତେ ଗୋଟି କବିତା ରୋମକ ଲିପିରେ ଅନୁଲିଖିତ ହୋଇ ପ୍ରଚାରିତ ହୋଇଅଛି । ଧ୍ୱନି ଓ ଲିପି ମଧ୍ୟରେ ସାମଞ୍ଜସ୍ୟ ବିଧାନ କରିବା ଏକ ବିରାଟ ବ୍ୟାପାର ଓ ସାଧାରଣ ଭାଷା ବ୍ୟବହାରରେ ଏହାର ପ୍ରୟୋଜନ ଦେଖାଯାଉ ନ ଥିବାରୁ ଏହା ପ୍ରତି ଲୋକମାନଙ୍କର ଦୃଷ୍ଟି ଆକୃଷ୍ଟ ହୋଇ ନାହିଁ ।

ଶବ୍ଦର ପରିଚୟ

ବର୍ଣ୍ଣମାନଙ୍କର ସଂଯୋଗରୁ ନାନପ୍ରକାର ଶବ୍ଦ ଅର୍ଥଦ୍ୟୋତକଭାବରେ ଭାଷାରେ ବ୍ୟବହୃତ ହୁଏ । ଶବ୍ଦହିଁ ଭାଷାର ମୂଳ ବସ୍ତୁ । ପ୍ରତ୍ୟେକ ଶବ୍ଦ ଏକ ବା ଏକାଧିକ ବର୍ଣ୍ଣମାନଙ୍କର ସମନ୍ୱୟରେ ଗଠିତ । ପ୍ରତ୍ୟେକ ବର୍ଣ୍ଣର ଗୋଟିଏ ଧ୍ୱନିଗତ ଓ ଆକୃତିଗତ ରୂପ ଥିବାରୁ ପ୍ରତ୍ୟେକ ଶବ୍ଦର ମଧ୍ୟ ଗୋଟିଏ ଉଚ୍ଚାରଣ ଓ ଲିଖନବିଧି ବା ବନାନ ପ୍ରଚଳିତ । 'ରାମ' ଏହି ଶବ୍ଦରେ ବାସ୍ତବରେ ଚାରିଗୋଟି ବର୍ଣ୍ଣ ବ୍ୟବହୃତ ଓ ଏହି ଶବ୍ଦର ଗୋଟିଏ ଉଚ୍ଚାରଣ ଓ ବନାନ ଅଛି । ଏଥିରେ ବ୍ୟବହୃତ ବର୍ଣ୍ଣମାନଙ୍କର ବିନ୍ୟାସରେ ବିପର୍ଯ୍ୟୟ ଉପସ୍ଥିତ ହେଲେ ତାହାଦ୍ୱାରା ଏହାର ଉଚ୍ଚାରଣ ଓ ବନାନ ଉଭୟ ପରିବର୍ତ୍ତିତ ହୋଇଯିବ ଓ ଶବ୍ଦଟିର ଅର୍ଥ ମଧ୍ୟ ପରିବର୍ତ୍ତିର ହେବ । ଶବ୍ଦରେ ବ୍ୟବହୃତ ବର୍ଣ୍ଣମାନଙ୍କର ଉଚ୍ଚାରଣ ଓ ବନାନ ପରସ୍ପରର ଅପେକ୍ଷା ରଖେ ଓ ଏକ ଅନ୍ୟଟିର ଅନୁବର୍ତ୍ତୀ ହେବା ସ୍ୱାଭାବିକ । ମାତ୍ର ଏ ବିଷୟରେ ମଧ୍ୟ ଅନେକ ରୀତି ନାନା ଭାଷାରେ ପ୍ରଚଳିତ ଅଛି । ଇଂରାଜୀରେ ଆମ୍ଭେମାନେ କଲେଜକୁ college ବୋଲି ଲେଖୁଁ । ଏହି ଶବ୍ଦରେ 'C' ର ଉଚ୍ଚାରଣ 'କ', ମାତ୍ର ଅନ୍ୟ ଅନେକ ଶବ୍ଦରେ 'C' ର ଉଚ୍ଚାରଣ'ସ' । 'O' ର ଉଚ୍ଚାରଣ note, roll ପ୍ରଭୃତି ଶବ୍ଦରେ ବ୍ୟବହୃତ 'o' ର ଉଚ୍ଚାରଣ ଠାରୁ ଭିନ୍ନ, ଦୁଇଗୋଟି 'l' ବ୍ୟବହୃତ ହୋଇଥିଲେହେଁ ଉଚ୍ଚାରଣ ସମୟରେ କେବଳ ଗୋଟିଏ 'l' ଉଚ୍ଚାରିତ ହୁଏ ଓ ଏଥି ସକାଶେ ଓଡ଼ିଆ ଅନୁଲେଖ ସମୟରେ କେବଳ ଗୋଟିଏ 'ଲ' ଲିଖିତ ହୁଏ । ଇଂରାଜିରେ 'g' ର ଗ ଓ ଜ ଉଭୟ ଉଚ୍ଚାରଣ ପ୍ରଚଳିତ; ଏଣୁ ଏହି ଶବ୍ଦରେ ଏହି ବର୍ଣ୍ଣର ବ୍ୟବହାରରୁ ଉଚ୍ଚାରଣଗତ ଭ୍ରାନ୍ତି ଜାତ ହେବା ସ୍ୱାଭାବିକ । ପୁଣି ଶବ୍ଦର ଅନ୍ତରେ ଗୋଟିଏ ସ୍ୱରବର୍ଣ୍ଣର ବ୍ୟବହାର ଥିଲେହେଁ ଏହାର ବାସ୍ତବିକ କୌଣସି ଉଚ୍ଚାରଣ ନାହିଁ ଓ ଶବ୍ଦଟି ସ୍ୱରାନ୍ତ ନ ହୋଇ ହସନ୍ତ ରୂପରେ