ପୃଷ୍ଠା:Sarala Bhashatattwa.pdf/34

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୧
ସରଳ ଭାଷାତତ୍ତ୍ୱ

କରିବ କିମ୍ବା ଉଚ୍ଚାରଣକୁ ଅନୁସରଣ କରିବ, ଏ ବିଷୟରେ ମତଦ୍ୱୈଧ ଦେଖା ଯାଏ ଓ ବିଭିନ୍ନ ପଣ୍ତିତମାନେ ଏ ବିଷୟରେ ବିଭିନ୍ନ ମତ ପୋଷଣ କରନ୍ତି; କିନ୍ତୁ କ୍ରମଶଃ ଅଭିଧାନ ଗ୍ରନ୍ଥମାନଙ୍କର ବ୍ୟବହାର ଯୋଗୁଁ ଓ ପ୍ରାମାଣିକ ଲେଖକମାନଙ୍କର ଲେଖାଦ୍ୱାରା ଶବ୍ଦର ବନାନ ସ୍ଥିରୀକୃତ ହୋଇଯାଉଅଛି ଓ ଏହି ସ୍ଥିରୀକୃତ ବନାନର ବ୍ୟତିକ୍ରମକୁ ଆମ୍ଭେମାନେ ଭ୍ରାନ୍ତ ବା ଦୃଷ୍ଟ ବୋଲି କହିଥାଉଁ ।

ଓଡ଼ିଆରେ ସାଧାରଣତଃ ଶବ୍ଦମାନଙ୍କର ବନାନ ଅନୁଯାୟୀ ଉଚ୍ଚାରଣ ଓ ଉଚ୍ଚାରଣ ଅନୁଯାୟୀ ବନାନ । କିନ୍ତୁ ହ୍ରସ୍ୱ-ଦୀର୍ଘ ବ୍ୟବହାରରେ, ହସନ୍ତ ବୈଦେଶିକ ପଦମାନଙ୍କର ବ୍ୟବହାରରେ ଓ କେତେଗୋଟି ବିଶେଷ ଉଚ୍ଚାରଣକ୍ଷେତ୍ରରେ (ଯଥା ହ୍ୟ ସ୍ଥାନରେ ଝ୍ୟ) ଏହାର ବ୍ୟତିକ୍ରମ ଦେଖାଯାଏ । ପୁଣି ବୈଦେଶିକ ଶବ୍ଦମାନଙ୍କର ଅନୁଲେଖ ସମୟରେ ମଧ୍ୟ ନାନାପ୍ରକାର ବିକୃତି ଘଟିବା ସ୍ୱାଭାବିକ । ଆମ୍ଭେମାନେ ଇଂରାଜୀ Station, Stationary ପ୍ରଭୃତି ଶବ୍ଦମାନଙ୍କର ଅନୁଲେଖ କରିବା ସମୟରେ 'ଷ୍ଟେ' ଅକ୍ଷର ବ୍ୟବହାର କରିଥାଉଁ । ମାତ୍ର ବାସ୍ତବିକ ଏ ଶବ୍ଦମାନଙ୍କର ଧ୍ୱନିରେ 'ସ' ସହିତ 'ଟ' ଯୁକ୍ତ ହେଲେ 'ଷ୍ଟ' ସବୁ କ୍ଷେତ୍ରରେ ଲିଖିତ ଓ ଉଚ୍ଚାରିତ ହେବାର ବିଧି ପ୍ରଚଳିତ ଥିବାରୁ ଏହିତ ରୀତିର ଅନୁଲେଖରେ କେବଳ 'ଷ୍ଟ' ଓଡ଼ିଆରେ ବ୍ୟବହୃତ ହୁଏ ଓ 'st'ର ଅନୁଲେଖ ସମୟରେ ସବୁ କ୍ଷେତ୍ରରେ 'ଷ୍ଟ' ବ୍ୟବହୃତ ହୋଇଥାଏ । ଏହିପରି 'nd' ର ଅନୁଲେଖ ସମୟରେ 'ନ'ର ଧ୍ୱନି ସୁସ୍ପଷ୍ଟ ଥିଲେହେଁ 'ଣ' ବ୍ୟବହୃତ ହୋଇଥାଏ ଓ Sand, Land, Band ପ୍ରଭୃତି ଶବ୍ଦର ଅନୁଲେଖରେ 'ଣ୍ତ' (ଣ + ଡ) ସର୍ବଦା ପ୍ରଚଳିତ । ଅନୁରୂପ କାରଣରୁ ଆମ୍ଭମାନଙ୍କର ଭାଷାରେ 'ନବାବ', 'ଜବାବ' ପ୍ରଭୃତି ଶବ୍ଦ ବ୍ୟବହୃତ ହୁଏ, କାରଣ 'ୱ'ର ଧ୍ୱନି ସୂଚିତ କରିବା ନିମନ୍ତେ ଓଡ଼ିଆ ଭାଷାରେ କୌଣସି ବର୍ଣ୍ଣର ପ୍ରଚଳନ ନାହିଁ । ପୁଣି ଇଂରାଜୀରେ ଯେଉଁ ସ୍ଥାନରେ 'Z' ବା 'S' ର ଝ ଧ୍ୱନି ସୂଚିତ ହୁଏ, ସେଠାରେ ଅନେକ ସମୟରେ ଅନୁଲେଖ କରିବା ସମୟରେ 'ଜ' ବ୍ୟବହୃତ ହୋଇଥାଏ; ଯଥା - ରିଭାଇଜ, ଏକ୍‌ସରସାଇଜ୍, ପ୍ରାଇଜ୍ ଇତ୍ୟାଦି । ଏସବୁ କ୍ଷେତ୍ରରେ ଓଡ଼ିଆରେ ବାସ୍ତବିକ 'Z' ଧ୍ୱନିର ପ୍ରକାଶକ ବର୍ଣ୍ଣର ଅଭାବ ହିଁ ଏହି ବ୍ୟବହାରପଦ୍ଧତିର ମୂଳରେ ରହିଅଛି ।

ଇଂରାଜୀରେ ଯେପରି ଅନେକ ଶବ୍ଦର ବନାନ ଉତ୍ପତ୍ତିମୂଳକ ହୋଇଥିବାରୁ ଉଚ୍ଚାରଣ ସହିତ ବନାନର ପାର୍ଥକ୍ୟ ଦେଖାଯାଏ (ଯଥା debt, women, receipt ପ୍ରଭୃତି) ଓଡ଼ିଆରେ ସେପରି ପାର୍ଥକ୍ୟର ଉଦାହରଣ