ଉଜ୍ଜ୍ୱଳତାସୂଚକ ଅନ୍ୟାନ୍ୟ ଅର୍ଥରେ ଯଥା glass, gloss, glint, glad ପ୍ରଭୃତି ଶବ୍ଦରେ ଇଂରାଜୀ ଭାଷାରେ ବ୍ୟବହୃତ ହେଉଅଛି । ପୁଣି ଦୁଇଗୋଟି କଠିନ ପଦାର୍ଥର ଘର୍ଷଣର ଆଉ ଗୋଟିଏ ଫଳ ଉତ୍ତାପ; ଏଣୁ ଏହି 'ଘର୍' ଶବ୍ଦରୁ ମଧ୍ୟ କାଳକ୍ରମେ ଉତ୍ତାପ ସହିତ ସମ୍ପୃକ୍ତ hot, glow, ଘର୍ମ, warm, ଗରମ ପ୍ରଭୃତି ଶବ୍ଦ ଜାତ ହୋଇଅଛି ।
ଶବ୍ଦର ଇତିହାସ ଅନୁସରଣ କଲେ ଆମ୍ଭେମାନେ ସେମାନଙ୍କର ନାନା ଅବସ୍ଥାର ବିକୃତି ବିଷୟରେ ପୂର୍ଣ୍ଣଜ୍ଞାନ ଲାଭ କରି ପାରୁଁ । ଓଡ଼ିଆରେ 'କୋଇଲା' ଶବ୍ଦ ପ୍ରଚଳିତ ଓ ଏହି ଶବ୍ଦ ଇଂରାଜୀ coal ଶବ୍ଦର ବିକୃତି; ଏଥିରେ ସନ୍ଦେହ ନାହିଁ । ମାତ୍ର coal ଶବ୍ଦର ଇତିହାସକୁ ଅନୁସରଣ କଲେ ଆମ୍ଭେମାନେ ଦେଖଁ ଯେ, Anglo-Saxon ଭାଷାରେ ତାହାର ରୂପ ଥିଲା 'col' ଓ ପ୍ରାଚୀନ ଜର୍ମାନ ଭାଷାରେ ରୂପ ଥିଲା chol । ଏହି ଶବ୍ଦଟି ଭାଷାବିକୃତିର ସାଧାରଣ ନିୟମ ଅନୁସାରେ ସଂସ୍କୃତ 'ଜ୍ୱଳ୍' ଧାତୁ ସହିତ ସମ୍ପୃକ୍ତ, ଅର୍ଥାତ୍ କୋଇଲା ଓ ଜଳିବା ଏହି ଦୁଇ ଶବ୍ଦ ଏକ ମୂଳ ଶବ୍ଦରୁ ବିଭନ୍ନ କ୍ରମରେ ଉତ୍ପନ୍ନ, ଏହିପରି 'ଗିଲାସ' ଶବ୍ଦର ବର୍ତ୍ତମାନ ଅର୍ଥ ଜଳପାନ କରିବା ପାତ୍ର । ଇଂରାଜିରେ 'glass' ଶବ୍ଦର ଅର୍ଥ କାଚ, ମଦ୍ୟପାନ ନିମନ୍ତେ କାଚପାତ୍ର ବ୍ୟବହୃତ ହେଉଥିବାରୁ କାଳକ୍ରମେ 'glass'ର ଅର୍ଥ ପାନପାତ୍ରରେ ପରିଣତ ହେଲା ଓ କ୍ରମେ 'କାଚ' ଓ ପାନପାତ୍ର' ମଧ୍ୟରେ ସମ୍ପର୍କ ଭୁଲିଯାଇ ବର୍ତ୍ତମାନ ଆମ୍ଭେମାନେ କଂସା ଗିଲାସ, ମାଟି ଗିଲାସ ପ୍ରଭୃତି ଶବ୍ଦ ମଧ୍ୟ ପ୍ରୟୋଗ କରିଥାଉଁ । ମୂଳତଃ ଏହି 'glass' ଶବ୍ଦ ପୁଣି ଯାହା ଦେଖିବାକୁ 'ଉଜ୍ଜ୍ୱଳ' ଏହି ଅର୍ଥରେ ଟିଉଟନିକ 'gal' ଶବ୍ଦରୁ ଜାତ ଓ 'ଗଳ' ଶବ୍ଦର ବିକୃତି ଓ ଏହି 'ଘର୍' ଶବ୍ଦରୁ ନାନା ଅର୍ଥରେ ନାନା ଶବ୍ଦ ଜାତ ହୋଇଥିବା ଉପରେ ଲେଖାଯାଇଅଛି । ଏଣୁ 'ଗିଲାସ' ଶବ୍ଦ ସହିତ 'ହଳଦି' ଶବ୍ଦର ଐତିହାସିକ ସମ୍ପର୍କ ମଧ୍ୟ ସହ ଜରେ ଅନୁମିତ ହୋଇପାରେ ।
ଶବ୍ଦର ଇତିହାସ ଅନୂସରଣ କଲେ ଆମ୍ଭେମାନେ ବିଭନ୍ନ ଭାଷାରେ ଥିବା ଶବ୍ଦମାନଙ୍କ ମଧ୍ୟରେ ସମୀକରଣ କରିବାର ପ୍ରୟାସ କରିପାରୁଁ; ଏପରି କି ଏକ ଭାଷାରେ ଥିବା ବିଭିନ୍ନ ଶବ୍ଦମାନଙ୍କ ମଧ୍ୟରେ ସମୀକରଣ ମଧ୍ୟ କରି ପାରୁଁ । ମାତ୍ର କେବଳ ଧାତୁ ପ୍ରତ୍ୟୟକୁ ଅବଲମ୍ବନ କଲେ ଏହିପରି ସମୀକରଣ କରିବା ଅସମ୍ଭବ । ଓଡ଼ିଆରେ 'ପିତା' ଓ 'ପାଦରି' ଉଭୟ ଶବ୍ଦ ପ୍ରଚଳିତ, ଏମାନଙ୍କର ସମୀକରଣ କରିବାକୁ ହେଲେ ଗୋଟିଏ ଶବ୍ଦର ସଂସ୍କୃତ 'ପିତୃ' (ପିତା) ବୈଦିକ ପିତୃ, ମୃଳ ଆର୍ଯ୍ୟ ଶବ୍ଦ 'ପା'ରୁ କ୍ରମଶଃ ଜାତ ହୋଇଥିବା ଓ ଅନ୍ୟ ଶବ୍ଦଟି ସେହି ମଳ 'ପା' ଶବ୍ଦରୁ ଲାଟିନ 'pater', ପୋର୍ଟଗୀଜ 'padre' ଶବ୍ଦର ମଧ୍ୟ ଦେଇ