ବିଷୟରେ ଜ୍ଞାନଲାଭ କରିବା ସମ୍ଭବ । ଏପ୍ରକାର ଅନୁମାନ ଭାଷାତତ୍ତ୍ୱର ମୂଳ ନିୟମମାନଙ୍କ ଉପରେ ପ୍ରତିଷ୍ଠିତ ଥିଲେ ଏମାନଙ୍କର ଯାଥାର୍ଥ୍ୟ ବିଷୟରେ ବିଶେଷ ସନ୍ଦେହର ଅବକାଶ ନ ଥାଏ । ଏହି ମୂଳ ଆର୍ଯ୍ୟ ଭାଷାରେ ବ୍ୟବହୃତ ମୂଳ ଶବ୍ଦମାନଙ୍କୁ ବାସ୍ତବରେ ଧାତୁ ଆଖ୍ୟା ଦିଆଯାଇ ପାରେ । କଳ୍ପିତ ଓ କୃତ୍ରିମ ଉପାୟରେ ବ୍ୟବହୃତ ଧାତୁମାନଙ୍କରୁ ପରବର୍ତ୍ତୀ କାଳରେ ନାନା ଶବ୍ଦ ଉତ୍ପନ୍ନ ହୋଇ ନାନା ଭାଷାରେ ନାନା ପ୍ରକାର ବ୍ୟବହୃତ ହେଉଅଛି ଓ ସେହି ସେହି ଭାଷାରେ ବାସ୍ତବରେ ଧାତୁ-ପ୍ରତ୍ୟୟ ବୋଲି ଯାହା ବ୍ୟାକରଣରେ ପ୍ରଚଳିତ, ତାହା କଳ୍ପନା ଉପରେ ପ୍ରତିଷ୍ଠିତ । କେତେଗୁଡ଼ିଏ ଉଦାହରଣଦ୍ୱାରା ଏହା ସ୍ପଷ୍ଟ ଉପଲବ୍ଧି କରାଯାଇ ପାରିବ । ଇଂରାଜୀରେ 'god' ଶବ୍ଦର ଅର୍ଥ ଭଗବାନ ଓ ଏହି ଅର୍ଥରେ ଡଚ୍ ଭାଷାରେ god ଆଇସଲାଣ୍ତିକ ଭାଷାରେ guth ଓ ଜର୍ମାନ ଭାଷାରେ gott ଶବ୍ଦମାନ ପ୍ରଚଳିତ । ଏହି ସମସ୍ତ ଶବ୍ଦର ପ୍ରାଚୀନ ଟିଉଟନିକ ମୂଳ ଶବ୍ଦ gutha ଓ ଏହି gutha ଶବ୍ଦ ଭାଷାତତ୍ତ୍ୱର ନିୟମ ଅନୁଯାୟୀ ମୂଳ ଆର୍ଯ୍ୟ 'ଘୂତ' ଶବ୍ଦରୁ ଉତ୍ପନ୍ନ ବୋଲି ଅନୁମାନ କରାଯାଇ ପାରେ । 'ଘୂତ' ଶବ୍ଦର ମୂଳ ଶବ୍ଦ 'ଘୂ' ଓ ଏହାର ଅର୍ଥ ପ୍ରାଚୀନ ମୂଳ ଆର୍ଯ୍ୟଭାଷାରେ 'ଢାଳିବା'; ପାଣି ଢାଳିବାର ଧ୍ୱନି ଅନୁକରଣରେ ଏହି ଶବ୍ଦଟି ଗଠିତ ହୋଇଥିବା ସମ୍ଭବ ଓ ଯାହାଙ୍କ ସକାଶରେ ଅଗ୍ନିରେ 'ଘୂତ' ଢଳାଯାଏ ଏହି ଅର୍ଥରେ 'ଘୂତ' ଶବ୍ଦର ଅର୍ଥ 'ଭଗବାନ' । ସଂସ୍କୃତରେ ଏହି 'ଘୂତ' ଶବ୍ଦ 'ହୂତ' ଆକାରରେ ପରିଣତ ହେବାରୁ ସଂସ୍କୃତ ବୈୟାକରଣମାନେ ଏହି 'ହୂତ' ଶବ୍ଦକୁ ବିଶ୍ଳେଷଣ କରି 'ହୁ' ଧାତୁରୁ ନିଷ୍ପନ୍ନ ବୋଲି କଳ୍ପନା କରିଥିଲେ । ଏହି ଧାତୁ ଯେ ସଂସ୍କୃତରେ ବ୍ୟବହୃତ 'ଘୂ', 'ହ୍ୱେ' ପ୍ରଭୃତି ଧାତୁ ସହିତ ସମ୍ପୃକ୍ତ ଏହା ସହଜରେ ଅନୁମାନ କରାଯାଇ ପାରେ । 'ହ୍ୱେ' ଧାତୁରୁ ଉତ୍ପନ୍ନ ଅନେକଗୁଡ଼ିଏ ପଦର 'ହୁ' ଧାତୁରୁ ଉତ୍ପନ୍ନ ପଦମାନଙ୍କ ସହିତ ସାମଞ୍ଜସ୍ୟ ରହିଅଛି, କିନ୍ତୁ ପ୍ରାଚୀନ ଆର୍ଯ୍ୟଭାଷା ଅପ୍ରଚଳିତ ହୋଇ ଯାଇଥିବା ସ୍ଥଳେ 'ହୁ' ଧାତୁର କାଳ୍ପନିକତା ଲୋକମାନେ ସହଜରେ ଉପଲବ୍ଧି କରି ପାରନ୍ତି ନାହିଁ ଓ ଏହି ଧାତୁକୁ ସାଧାରଣତଃ ପ୍ରାଚୀନ ଆର୍ଯ୍ୟ 'ଧୂ' ଧାତୁ ସହିତ ସଂପୃକ୍ତ ବୋଲି ଅନୂମାନ କରାଯାଇତାଏ । ଏହି ମୂଳ 'ଘୂ' ଶବ୍ଦରୁ ଏକ ଦିଗରେ ଇଂରାଜୀ fountain, refute, chemistry, confuse, ingot, futile ପ୍ରଭୃତି ଶବ୍ଦମାନ ନିଷ୍ପନ୍ନ; ଅନ୍ୟ ଦିଗରେ ('ଘୂ' ର ସମ୍ପ୍ରସାରିତ ରୂପ) ଘୂଟ, ଶବ୍ଦରୁ ଘୋଟିବା, ଘୁଣ୍ଟିବା, ଘାଣ୍ଟିବା; ଘୂଣ୍ ଶବ୍ଦରୁ ଘୁଣ, ଘୁର ଶବ୍ଦରୁ ଘୋର, ଘୁ ଶବ୍ଦରୁ ଘୋଷ ପ୍ରଭୃତି ନାନା ଶବ୍ଦ ଓଡ଼ିଆ, ସଂସ୍କୃତ ଆଦି ଭାଷାମାନଙ୍କରେ ପ୍ରଚଳିତ । 'ଧୂ' ମୂଳ ଆର୍ଯ୍ୟ ଧାତୁ ଓ ଏହି ଧାତୁରୁ
ପୃଷ୍ଠା:Sarala Bhashatattwa.pdf/42
Appearance