ପୃଷ୍ଠା:Sarala Bhashatattwa.pdf/58

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରେ, ମାତ୍ର ସାଧାରଣ ନିୟମ ଅନୁସାରେ ଓଡ଼ିଆ ପ ସ୍ଥାନରେ ଇଂରାଜୀରେ ଫ ଧ୍ୱନି ହେବା ଉଚିତ । ଏହି ଇଂରାଜୀ ଶବ୍ଦ କୌଣସି ଲାଟିନ୍ ଶବ୍ଦରୁ ଗୃହୀତ ହୋଇ ନ ଥିବା ସ୍ଥଳେ ବିକୃତିର ସାଧାରଣ ନିୟମ ଏଠାରେ ବ୍ୟାହତ ହୋଇଅଛି ବୋଲି ମନେ ହୋଇ ପାରେ, ମାତ୍ର ଏହି ଶବ୍ଦମାନଙ୍କୁ ଅନୁଶୀଳନ କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆ 'ପଥ' ଶବ୍ଦ ସଂସ୍କୃତ 'ପନ୍ଥା'ରୁ ଉତ୍ପନ୍ନ ହେଲେହେଁ ମୂଳ ଆର୍ଯ୍ୟ ଭାଷାରେ 'ପ' ସ୍ଥାନରେ 'ସ୍ପ' ଥିଲା । ସ୍ପ ର ଅର୍ଥ ବିସ୍ତୃତି ଓ ଏହି 'ସ୍ପ'ରୁ ସ୍ପନ, ସ୍ଫା ପ୍ରଭୃତି ଶବ୍ଦ ଜାତ ହୋଇଥିଲା । ସଂସ୍କୃତ ପନ୍ଥା ଏହି 'ସ୍ପନ' ଶବ୍ଦରୁ ମୂଳତଃ ଜାତ ଓ ଏହି ଶବ୍ଦରୁ ପୁଣି ଅନ୍ୟ ଦିଗରେ spin, spindle ପ୍ରଭୃତି ଇଂରାଜୀ ଶବ୍ଦ ଉଦ୍ଭୂତ । 'ସ' ସହିତ 'ପ' ଯୁକ୍ତ ଥିଲେ ପୂର୍ବୋକ୍ତ ସାଧାରଣ ନିୟମ ଅନୁସାରେ 'ପ' ସ୍ଥାନରେ 'ଫ' ହୁଏ ନାହିଁ ଓ ଏହା ପୂର୍ବୋକ୍ତ ନିୟମର ଏକ ସାଧାରଣ ବ୍ୟତିକ୍ରମ (Grasman's Law) ଓ ଏହି ବ୍ୟତିକ୍ରମ 'ସ୍ତ' 'ଷ୍ଟ' 'ସ୍ଫ' ପ୍ରଭୃତିରେ ମଧ୍ୟ ଦେଖାଯାଏ । ଏହି କାରଣରୁ ଓଡ଼ିଆ 'ତେଜ' (ମୂଳ ଆର୍ଯ୍ୟ 'ସ୍ତିଜ') ସହିତ ଇଂରାଜୀ stick, ଓଡ଼ିଆ (ବି)'ସ୍ତୃ'(ତ) ସହିତ ଇଂରାଜୀ straw, strew, star ପ୍ରଭୃତି ଓ ଓଡ଼ିଆ 'ସ୍ତମ୍ଭ' ସହିତ ଇଂରାଜୀ staple, step, stamp ପ୍ରଭୃତି ଶବ୍ଦମାନଙ୍କର ମଧ୍ୟ ସମ୍ପର୍କ ସହଜରେ ପ୍ରତିଷ୍ଠିତ କରାଯାଇ ପାରେ । ଉଚ୍ଚାରଣ ଗତ ଅନ୍ୟ କେତେକ କାରଣରୁ କେତେକ ବିଶେଷ କ୍ଷେତ୍ରରେ ଓଡ଼ିଆ କ ଚ ଟ ତ ପ ଧ୍ୱନି ସ୍ଥାନରେ ଇଂରାଜୀରେ ଗ ଜ ଡ଼ ଦ ବ ଧ୍ୱନିମାନ ମିଳେ (Verner's Law) ଓ ଏହାର ଉଦାହରଣ ଆମ୍ଭେମାନେ ସ୍ତୁପ ଓ ଇଂରାଜୀ 'stub' ଶବ୍ଦର ଆଲୋଚନା କଲେ ଦେଖିଥାଉଁ । ପୁଣି ଓଡ଼ିଆ 'ସର୍ପ' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ବୈଦିକ 'ସର୍ପିଃ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହାର ମୂଳ ଅର୍ଥ 'ପିଚ୍ଛିଳତା' ଅଥବା 'ଯାହା ପିଚ୍ଛିଳ' । ଏହି ଶବ୍ଦ ଜର୍ମାନ salbe ଶବ୍ଦର ମଧ୍ୟଦେଇ ଇଂରାଜୀରେ salve ରେ ପରିଣତ ହୋଇଅଛି ଅର୍ଥାତ୍ salve ମୂଳ ଅର୍ଥ 'ପିଚ୍ଛିଳ ପଦାର୍ଥବିଶେଷ' (ମଲମ) । ଏହି ସର୍ପ ଶବ୍ଦ ପୁଣି ଇଂରାଜୀ slip, serpent, slope, sleeve ପ୍ରଭୃତି ଶବ୍ଦମାନଙ୍କ ସହିତ ସମ୍ପୃକ୍ତ ।

ଶବ୍ଦମାନଙ୍କର ଏହିପରି ସମ୍ପର୍କ ଯେ କେବଳ ଅନୁମାନ ଉପରେ ପ୍ରତିଷ୍ଠିତ, ତାହା ନୁହେଁ । ଭାଷାତତ୍ତ୍ୱର ନିୟମମାନଙ୍କ ଦ୍ୱାରା ଏମାନଙ୍କର ପ୍ରତ୍ୟେକ ଅଂଶର ସମୀକରଣ କରିବା ସମ୍ଭବ ଅର୍ଥାତ୍ ଭାଷାତତ୍ତ୍ୱର ନିୟମ ଅନୁସାରେ 'ସର୍ପ' ଓ sleeve ସମୀକରଣ କରିବାକୁ ହେଲେ 'ର' ର 'ଲ' ରେ ପରିଣତି 'ଅ'ର 'ଈ'ରେ ପରିଣତି ଓ 'ପ' ର 'ଭ'ରେ ପରିଣତିର କାରଣ ଯଥାଯଥଭାବରେ