ପୃଷ୍ଠା:Sashi Sena.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୁଣି ଦେଲା ଯେ ଚାହୁଁ ଚାହୁଁ ହୁ ହୁ ହୋଇ ନିଆଁ ଜଳି ଉଠିଲା । ଅସୁରେ ତାକୁ ବି ଡେଇଁ ଗୋଡାଇଲେ । ଏହା ଦେଖି ଅଭିମନ୍ୟୁ ଫୁ ଫୁ କରି ଫୁଙ୍କି ଦେଲା ଯେ ଚାହୁଁ ଚାହୁଁ ଚାରିଆଡ଼େ କୁହୁଡି ଘୋଟିଗଲା ଓ ମୁହଁକୁ ମୁହଁ ଦେଖା ଗଲା ନାହିଁ । ଅସୁରଯାକ ସେ କୁହୁଡ଼ିକି ନ ମାନି ଗନ୍ଧ ବାରି ପାଖରେ ପହଞ୍ଚିଲେ । ସେଉଠୁ ଅଭିମନ୍ୟୁ ବାର ହାତ ଖଣ୍ଡା ବୁଲାଇ ଛ'ଟା ଅସୁରଙ୍କୁ ହାଣି ପକାଇଲା । ସବା ସାନ ଅସୁର ଟିମା ଡରରେ ହାତ ଯୋଡ଼ି କହିଲା-ମତେ ମାରନା-ମୁଁ ତୁମ ଚାକର ହୋଇ ସେବା କରିବି । ତା’ର ଏହି ବିକଳିୟା କଥାରେ ଶଶିସେଣା ତରଳି ଯାଇ ଅଭିମନ୍ୟୁକୁ କହିଲା- ହଉ ତେବେ ତାକୁ ମାର ନା । ତ‌ହୁଁ ଟିମାକୁ ସାଙ୍ଗରେ ନେଇ ସେ ଦୁହେଁ ଥୋଡ଼ାଏ ବାଟ ଚାଲି ଗଲେ, ଶେଷରେ ଗୋଟାଏ ନିକାଞ୍ଚନ ଥାନରେ ରହିଲେ । ଶଶିସେଣା ଭାତ ରାନ୍ଧିଲା । ଅଭିମନ୍ୟୁ ଗାଧୋଇବାକୁ ବାହାରିଲା । ଟିମା ତା ସାଙ୍ଗରେ ଭଣ୍ଡାରୀ ହୋଇ ତେଲ ଧରି ପୋଖରୀ କୂଳକୁ ଗଲା । ସେଠି ତାକୁ ତେଲ ଲଗାଇ ଦେଉ ଦେଉ କଦର କରି ବାର ହାତ ଖଣ୍ଡାରେ ତାକୁ ହାଣି ପକାଇ ଗଣ୍ଡିଟାକୁ ଗିଳିଦେଲା; ପୁଣି ହାତ, ଗୋଡ ଓ ମୁଣ୍ଡକୁ ପୋଖରୀ କୂଳ ବାଲିରେ ପୋତି ପକାଇ ନିଜେ ତାର ଲୁଗା ପଟା ପିନ୍ଧି ଫେରି ଆସିଲ। । ଶଶିସେଣା ତାକୁ ଅହମାଣିକ ମଣି ଖାଇବାକୁ ଦେଲା । ସେ ତ ଅସୁର, ଖାଉଁ ଖାଉଁ ହାଣ୍ଡିକ ଯାକ ଭାତ ସବୁ ଖାଇ ପକାଇଲା । ଏହା ଦେଖି ଶଶିସେଣା କାବା ହୋଇ ତାକୁ ପଚାରିଲା-ତୁମେ ତ ଅଇଲ, ଟିମା କୁଆଡେ ଗଲା କି? ସେ ହସି ହସିକା କହଲା-ମୁଁ ପରା ଟିମା ! ଅଭିମନ୍ୟୁ ପୋଖରୀରେ ବୁଡ଼ି ମରିବାରୁ ତାହାରି ପୋଷାକ ପିନ୍ଧି କରି ଆସିଛି !! ଏହା ଶୁଣି ଶଶିସେଣା ରାଗି ଯାଇ ବାରହାତ ଖଣ୍ଡା ଟିମାକୁ ଉଞ୍ଚାଇ