ପୃଷ୍ଠା:Sashi Sena.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୨
ଶଶିସେଣା
 

ଖଟଣିରେ ଥିବେ ଯେଝା ସେବାନ୍ତ ଆବୋରି । ୯ ।
ଅନେକ ଦ୍ରବ୍ୟନ୍ତ ସବୁ ଉପଚାର ମାନ ।
ଯାତ୍ରାୟେଣ ବସିଥିବ ସକଳ ବିଧାନ ଗୋ । ୧୦ ।
ୟେହି ବିଧି ବରଷେକ ହୋଉଥିବ ପୁଣ ।
ଲକ୍ଷେ ପୋଡ଼ ବୋଦା ବ୍ରତ ହୋଇଲେ ସମ୍ପୂର୍ଣ୍ଣ ଗୋ । ୧୧ ।
ଅନେକ ଦେଶର ଲୋକେ ଦେଖିଣ ଆସିବେ ।
ଯେ ଯାହାର ବାଞ୍ଛା ସିଦ୍ଧ କରି ଯାଉଥିବେ ଗୋ । ୧୨ ।
ପିଅର ଛାମୁରେ ବାଳି କ‌ହ ତୁମ୍ଭେ ଯାଇ ।
ଏତେକ ବିଧାନ କଲେ ବ୍ରତ ମୁଁ ଉଜାଁଇ ଗୋ । ୧୩ ।
ବେନିଜନ କଥା ହୋଉଁ ପ୍ରଭାତ ରଜନୀ ।
ତାମ୍ରଚୂଡ଼ ଡାକ ଦେଲେ ଫୁରେ ଶିଙ୍ଖଧୁନି ଯେ । ୧୪ ।
ଶଯ୍ୟା ତେଜି ଉଠିଣ ବସିଲେ ବରନାରୀ ।
କୁମର ବାହାର ପୁରେ ଯାଇ ବିଜେ କରି ଯେ । ୧୫ ।
କୁମାରୀ ସନ୍ନିଧ୍ୟେ ସହଚରୀମାନେ ମିଳି ।
ପରିହାସେ ନାରୀମାନେ କରନ୍ତି ଢ଼ମାଳି ଯେ । ୧୬ ।
ହସିଣ ସୁନ୍ଦରୀ ସଖୀଜନ ଆଗେ କହି ।
କାନ୍ତର ଚରିତ୍ର ସବୁ କ‌ହିଲା ବୁଝାଇ ଯେ । ୧୭ ।
ଏମନ୍ତ ଯାତ୍ରା କରିବେ ଜୁଆଁଇ ତୁମ୍ଭର ।
ଏହା ଯାଇ କ‌ହ ତୁମ୍ଭେ ମାତାଙ୍କ ଆଗର ଗୋ । ୧୮ ।


୯। ଗାୟେଣୀ - ଗାଆଣ (ଗାୟନ,ଶବ୍ଦଜ), ଯେ ଗୀତ ଗାଏ । ସେବାନ୍ତ—ସେବାକୁ ।
୧୦। ଦ୍ରବ୍ୟନ୍ତ - ଦ୍ରବ୍ୟ ମାନଙ୍କୁ । ଉପଚାର - ସେବାଯୋଗ୍ୟ ପ୍ରଦାର୍ଥ ।
୧୪। ପ୍ରଭାତ ରଜନୀ - ରାତି ପାହି ସକାଳ ହୋଇଗଲା । ତାମ୍ରଚୂଡ଼ - କୁକୁଡ଼ା ।