ପୃଷ୍ଠା:Sashi Sena.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦଶମ ଛାନ୍ଦ
୬୭
 

ୟେତେକ ଲେଖିଣ ଯାଇ ଦେଉଳରେ ପଶି ।
ଦେବତା ଦର୍ଶନ କରି ବାହୁଡ଼ିଣ ଆସି ଯେ । ୬୧ ।
ୟେମନ୍ତେଣ ରଜନୀ ଯେ ପ୍ରଭାତ ହୋଇଲା ।
ଶଶିସେଣା ଦୃଷ୍ଟି ଯାଇ ଦେଉଳେ ପଡ଼ିଲା ଯେ ।୬୨ |
ଅକ୍ଷର ଗୁଡ଼ାଏ ତହିଁ ଲେଖା ହୋଇଅଛି ।
ପଢ଼ିଣ ହରଷ ତହୁଁ ବୋଇଲା ମୃଗାଚ୍ଛୀ ଯେ । ୬୩ |
ଅହିମାଣିକ୍ୟର ହାଥ ଅକ୍ଷର ଚିହ୍ନିଲା ।
ସନ୍ଦେଶ ବାରତା ପାଇ ଆନନ୍ଦ ହୋଇଲା ଯେ । ୬୪ ।
ଅକ୍ଷର ଲିବାଇ ବେଗେ ନିତ୍ୟ କର୍ମ ସାରି ।
କହଇ ସନ୍ନିଧେ ପାତ୍ର ମନ୍ତ୍ରୀଙ୍କ ହକାରି ଯେ । ୬୫ ।
ବରଷେ ସମ୍ପୂର୍ଣ୍ଣ ବ୍ରତ ହୋଇଲାକ ଆସି ।
ଲକ୍ଷେ ବୋଦା ପୋଢ଼ ନେଇ ଦେବୀଙ୍କି ଦିଅସି ଯେ । ୬୬ ।
କଳା ମେଣ୍ଢା ୟେକ ଅଛି ଜ୍ଞାନଦେଈ ଘର ।
ଆମ୍ଭର ଛାମୁକୁ ତାହା ଆଣ ଧାତିକାର ଯେ । ୬୭ ।
ୟେହା ଶୁଣି ମାଲୁଣୀକି ହକରାଇ ଆଣି ।
ବୋଲନ୍ତି ତୋ ଘରେ କଳା ମେଣ୍ତା ଅଛି ପୁଣି ଗୋ । ୬୮।
ଜ୍ଞାନଦେଈ ମାଲୁଣୀ କହଇ ତାହା ଶୁଣି ।
ମାଳୀ ଘରେ ଛେଳି ୟେ କି ବିପରୀତ ବାଣୀ ଗୋ । ୬୯ |
ମାଳୀ ଘରେ ଛେଳି ଯେ କୁମ୍ଭାର ଘରେ ଘୋଡ଼ା ।
ତନ୍ତୀ ଘରେ ମାକଡ ତିନିହେଁ ଘର ବୁଡା ଯେ । ୭୦ ।


୬୭ | ଧାତିକାର - ଶୀଘ୍ର ।