ପୃଷ୍ଠା:Sashi Sena.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଏକାଦଶ ଛାନ୍ଦ
ରାଗ ବିଭାସ—ଚଳଘଣ୍ଟ ବାଣୀରେ ଗାଇବ
(ରାଗ କଲ୍ୟାଣ -ଖ)
ୟେଥୁ ଅନନ୍ତରେ ଶୁଣ ବିଧାନ । ଚାର ଜଣାଏ ନୃପ ସନ୍ନିଧାନ ।
ସାବଧାନ ହୋଇ ଶୁଣିମା ରାୟେ ।
ଦେବ ଶୁଣିମା ହେ । ଅତି ଅପୂର୍ବ କଥାୟେ ଯେ । ୧।
ଜୁଆଇଁ ଯାତ୍ରା ସମ୍ପୂର୍ଣ୍ଣ ବରଷେ । ଉଜୁଁଆ ବିଧି କଲେ ବ୍ରତ ଶେଷେ ।
କଳାମେଣ୍ଢା ଥିଲା ମାଲୁଣୀ ଘର ।
ଦେବ ଶୁଣିମା ହେ । ଆଣିଲେ ତା ଧାତିକାର ଯେ । ୨ ।
ଜ୍ଞାନଦେଈକି ବୋଲନ୍ତି ବଚନ । ମେଣ୍ଢା ମନୁଷ୍ୟ କରସି ବହନ ।
ଶୁଣି ମାଲୁଣୀ କୋପେ ଗରୁତର ।
ବୋଲେ ଶୁଣିମା ହେ । ତୁମ୍ଭେ ପ୍ରଦେଶୀ କୁମର ହେ । ୩ ।
ନଟକାର ମୁଁ ନୁହଇ ଯୁଗତ । ହଟ ଛମଟ ଜାଣିମି କେମନ୍ତ ।
ତୁମ୍ଭେ ସେ ବୁଲିଅଛ ଦେଶ ଦେଶ ।
ବୋଇଲା ବ‌ହୁ ହେ । ବିଦ୍ୟାରେ ତୁମ୍ଭେ ପ୍ରବେଶ ଯେ ।୪।
କୋପେ କୁମର ବଚନ ପ୍ରକାଶ । ଆଜ ତୋହୋର ମୁଣ୍ଡାଇବି କେଶ ।
ଡେଙ୍ଗୁରା ଦେଇ ବୁଲାଇବି ଦେଶ ।

୧-୪—ଦେବ ଶୁଣିମା ହେ । ଅପୁର୍ବ ରସ କଥା ୟେ ଯେ (କ) ।


୧। ସନ୍ନିଧାନ-ନିକଟରେ ।