କହିଲା-ଅଭିମନ୍ୟୁ କୋଉଠି ମରି ପଡ଼ିଛି ଦେଖା, ନଇଲେ ଏହି ଖଣ୍ଡାରେ ଏଇକ୍ଷଣି ତୋତେ ଦିଖଣ୍ଡ କରିଦେବି । ଏଥିରେ ଟିମାକୁ ଆଉ ବୁଦ୍ଧି ଦିଶିଲା ନାହିଁ । ଡ଼ରରେ ଯୋଉଠି ଗୋଡ ହାତ ପୋତି ଥିଲା ଦେଖାଇଲା; ଗିଳିଲା ଗଣ୍ଡିଟାକୁ ବାନ୍ତି କରି ପକାଇଲା । ଶଶିଶେଣା ସେ ହାତ, ଗୋଡ, ମୁଣ୍ଡ ଗଣ୍ଡି ଏକାଠି ଯୋଡ଼ି ଦେଇ ସେଠି ବସି କାନ୍ଦିଲା । ରାତି ଅଧରୁ ବଳିଲାଣି, ଏହି ସମୟରେ ଈଶ୍ୱର ପାର୍ବତୀ ଶୂନ୍ୟରେ ଉଡ଼ି ଯାଉଥିଲେ । ଦଇବ ଯୋଗକୁ ତାଙ୍କ କାନରେ ଶଶିସେଣାର କାନ୍ଦଣା ବାଜିଲା । ସେମାନେ ସେଠାକୁ ଅସି ଫୁଲପାଣି କରି ତିନି ମୁଠା ଛିଞ୍ଚି ଦେବାରୁ ଅଭିମନ୍ୟୁ ଜୀଇ ଉଠିଲା । ହର ପାର୍ବତୀ ଅନ୍ତର୍ଦ୍ଧାନ ହେଲେ । ଶଶିସେଣା ଅଭିମନ୍ୟୁ ଆଗରେ ସବୁ କଥା କହିବାରୁ ସେ ରାଗରେ ଟିମା ଅସୁରକୁ ହାଣି ପକାଇଲା ଓ ସେହକ୍ଷଣି ଶଶିସେଣା ସଙ୍ଗେ ଅନ୍ୟ ଦେଶକୁ ବାହାରିଲା । ଯାଉଁ ଯାଉଁ ବାଟରେ ଭାର ଶୋଷ ଲାଗିବାରୁ ସେ ଶଶିସେଣାକୁ ଗୋଟାଏ ଆମ୍ବଗଛ ମୂଳେ ବସାଇ ଗାଁ ଭିତରକୁ ପାଣି ପାଇଁ ଗଲା । ସେ ଗାଁର ଜ୍ଞାନଦେଈ ମାଲୁଣୀ ଅଭିମନ୍ୟୁକୁ ଦେଖି ଘରକୁ ଡାକି ନେଲା ଓ କଳା ଫୁଲଟିଏ ସୁଙ୍ଗାଇ ଦେଇ ତାକୁ କାଳିଆ ମେଣ୍ଢାଟିଏ କରି ଦେଲା । ଅଭିମନ୍ୟୁ ନ ଫେରିଲାରୁ ଶଶିସେଣା ଗାଁ ଭିତରେ ତାକୁ ଖୋଜିବାକୁ ଗଲା । ସେ ସମୟରେ ସେ ଗାଁରେ ଗୋଟାଏ ଗଣ୍ଡା ମାତି ଭାରି ଜୁଲମ କରୁଥାଏ । ସେଥିପାଇଁ ରାଜା ଧେଣ୍ତୂରା ଦେଲେ, ଯେ ଗଣ୍ଡାକୁ ମାରି ଦେବ ତାକୁ ସେ ଝିଅ ବିଭା ଦେବେ । ଏ କଥା ଶୁଣି ଶଶିସେଣା ମରଦ ବେଶ ଧଇଲା, ବାରହାତ ଖଣ୍ଡା ବୁଲାଇ ଗଣ୍ଡାକୁ ମାରି ରାଜାଙ୍କ ପାଖରେ ହାଜର ହେଲା । ରାଜା ଏଥିରେ ଭାର ଖୁସି ହୋଇ ବିଭା ଘରର ସବୁ ଯୋଗାଡ କରନ୍ତେ
ପୃଷ୍ଠା:Sashi Sena.pdf/୧୧
Appearance