ପୃଷ୍ଠା:Sashi Sena.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨
ଶଶିସେଣା
 

ଅମରାବତୀ ରାଜ୍ୟ ନୃପବର ।
ଦେବ ଶୁଣିମା ହେ । ସେହୁ ପିଅର ମୋହର ଯେ । ୧୨ ।
ତାହାଙ୍କର ମୁଁ ଅଟଇ ଦୁଲାଳୀ । ନାମ ମୋହୋର ଶଶିସେଣା ବାଳୀ ।
ମନ୍ତ୍ରୀ ତନୟ ୟେହୁ ମୋର ପତି ।
ଦେବ ଶୁଣିମା ହେ । ମୁଁ ଏହାଙ୍କର ଯୁବତୀ ଯେ । ୧୩ ।
ଶରଧା କରି ବିଦେଶ ଅଇଲୁ । ତୁମ୍ଭ ଭୁବନେ ପ୍ରବେଶ ହୋଇଲୁ ।
ମୋତେ ରୁହାଇ ଦେବୀଙ୍କର ଆଳେ ।
ଦେବ ଶୁଣିମା ହେ । ୟେହୁ ନଗ୍ର ବୁଲିଗଲେ ଯେ । ୧୪ ।
ଯାଇ ଦେଖିଲେ ଜ୍ଞାନଦେଈ ଘର । ଫୁଲ ଘେନି ତ ବସିଲେ ପିଣ୍ଡାର ।
ଶରଧା କରି ଦେଲା ଫୁଲମଣ୍ଡା ।
ଦେବ ଶୁଣିମା ହେ । ସୁଙ୍ଘନ୍ତେ ହୋଇଲେ ମେଣ୍ଢା ଯେ । ୧୫ ।
ବାନ୍ଧି ରଖିଲା ଘରେ ଗୋପ୍ୟ କରି । ଏଣେ ମୁଁ ବସି ପଥ ଅନୁସରି ।
ଘଡ଼ି ଘଡ଼ିକେ ରବି ଅସ୍ତ ହେଲା ।
ଦେବ ଶୁଣିମା ହେ । ମୋହୋର ସାହା ଉଡ଼ିଲା ଯେ । ୧୬ ।
ଦେବୀ ଛାମୁରେ ପ୍ରବେଶ ହୋଇଲି । କାର୍ପୁଣ୍ୟ ହୋଇ ବ‌ହୁ ସ୍ତୁତି କଲି ।
ପ୍ରସନ୍ନ ହୋଇ ଦେବୀ ଗୋସାମଣି ।
ଆଗ୍ୟାଁ ଦେଲେକ ଗୋ । ଶୋକ ନ କର ତରୁଣି ଯେ । ୧୭ ।
ନ‌ଗ୍ରେ ତୋ ନାହା ଅଛି ବନ୍ଦୀହୋଇ । ଏରୂପେ ଥିଲେ ତୋର ଭେଟ ନାହିଁ
ପୁରୁଷ ଅଙ୍ଗ ହୋଇବ ତୋହୋର ।
ଆଗ୍ୟାଁ ଦେଲେକ ଗୋ । ନୃପତି କି ସେବାକର ଯେ । ୧୮ ।
ସେ ତୋତେ ଅନୁଗ୍ରହ କରୁଥିବେ । ଗଣ୍ଡା ମାରିବୁ ଜେମାଦେଈ ଦେବେ ।
କାନ୍ତ ବିଚ୍ଛେଦ ଯାତ୍ରା ଭିଆଇବୁ ।