ପୃଷ୍ଠା:Sashi Sena.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ଶଶିସେଣା
 



ଅହମାଣିକ୍ୟ କୁମରକୁ ଦେବା ।
ତାଙ୍କ ଚରଣେ ହେ । କରିଥିବି ମୁଇଁ ସେବା ୟେ । ୨୪ ।
ଶଶିସେଣାର ବିନତି ବଚନ । ଶୁଣି ସନ୍ତୋଷ ହୋଇଲେ ରାଜନ ।
ଅନ୍ତେଶ୍ୱର ପୁରେ ବିଜୟ କଲେ ।
ଏହୁ ଚରିତ୍ର ହେ । ସବୁ ମଣାଇଁ କ‌ହିଲେ ଯେ । ୨୫ ।
ଶୁଣି ତରୁଣୀ ବୋଲନ୍ତି ବଚନ । ଲ‌ଲାଟ ଲେଖନ କେ କରୁ ଆନ ।
ଧନ୍ୟ ପତିବ୍ରତା ନୃପ ଦୁଲାଳୀ ।
ସ୍ୱାମୀ କାର୍ଯ୍ୟକୁ ଗୋ । ୟେଡ଼େ ସାହାସ ତାହାରି ୟେ । ୨୬ ।
ନୃପ ସହିତେ ରାଣୀ ମହାଦେଈ । ପାତ୍ର ପ୍ରୋହିତ ବିଚାରିଣ ତହିଁ ।
ଦ୍ୱିତୀୟ ସ୍ୱୟମ୍ବର ଭିଆଇଲେ ।
ଚଦ୍ରାବଳୀ କି ଯେ । ଅହିମାଣିକ୍ୟକୁ ଦେଲେ ୟେ । ୨୭ ।
ଅନେକ ରାଜ୍ୟ ଯଉତୁକ ଦେଇ । ଦିବ୍ୟମନ୍ଦିର ଦେଲେ ନିରିଭାଇ ।
ସେହୁ ଭବନେ ନିଚିନ୍ତେ ର‌ହିଲେ ।
ଦେବୀ କୃପାୟେ ସେ । ଗରୁଚିନ୍ତା ଦୂର କଲେ ୟେ । ୨୮ ।
ଶଶିସେଣା ନିଜ ରୂପ ଧଇଲା । ସ୍ତିରୀ ବେଶକୁ ଜଗତ ମୋହିଲା ।
ଅନ୍ତେଶ୍ୱରକୁ ମହାଦେଈ ନେଇ ।
ତାଙ୍କୁ କହନ୍ତି ଯେ । ଅନେକ ବିନୟ ହୋଇ ୟେ । ୨୯ ।
ୟେ ମୋର ଶିଶୁମତି ସୁକୁମାରୀ । ୟେହାକୁ ତୁମ୍ଭେ ଥିବ ଦୟା କରି ।
ତୁମ୍ଭ ଦୁହଁଙ୍କି କରୁଥିବ ସେବା ।
ୟେହୁ ଦୋଷହିଁ ଗୋ । କଲେଣ କ୍ଷମା କରିବା ୟେ । ୩୦ ।

୨୬-୨-ଲେଖନ ନୁହଇ ଆନ (ଖ) । ୨୭-୨- ପାତ୍ର ମନ୍ତ୍ରୀକ ବିଚାରିଣ କହି (ଖ) ।


୨୫। ଅନ୍ତେଶ୍ୱର ପୁରେ - ଉଆସକୁ ।