ପୃଷ୍ଠା:Sashi Sena.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
ଶଶିସେଣା
 

ସେହି ମହୀ ଗୋ । ନାମ ସେ ଅଛନ୍ତି କ‌ହି ଗୋ । ୫୧ ।
ୟେଣିତେଣିୟା ହୋଇ ୟେହିମତି । ଅଳପ ଦିନର ୟେହୁ ପୀରତି ।
ଅହିମାଣିକ୍ୟ ନାମ ତାଙ୍କ କହି ।
ନିଜ ନାମହିଁ ଗୋ । ତୁମ୍ଭଙ୍କୁ କ‌ହିବେ କାହିଁ ୟେ ।
ତୁମ୍ଭେ ଗୋ ମୁହାଁସ କରିଛ ତାଙ୍କୁ । ବଧୂ ପୀରତି ନାହିଁ ପୁରୁଷକୁ ।
ୟେମାନ‌ହୁଁ ଅବା ବଡ଼ କେ ଅଛି ।
ୟେତେ ପ୍ରୀତିରେ ଗୋ । ୟେତେ ମାନ କରାଇଛି ୟେ । ୫୩ ।
ୟେ କଥା ତୁମ୍ଭ ଭର୍ତ୍ତା ଆଗେ ପୁଛ । ଆମ୍ଭଙ୍କୁ ନିନ୍ଦିବ ହୋଇଲେ ମିଛ ।
ୟେତେ ଚିତୋଇଁ ଚଳିଲେ ବନିତା ।
ଶଶିସେଣାକୁ ଯେ । ଲାଗିଲା ତ ମହାଚିନ୍ତା ଯେ । ୫୪ ।
ଜୟ ଜଗନ୍ନାଥ ମହିମା-ମେରୁ । ଅନାଥ ଜନଙ୍କ କଳପତରୁ ।
ଭବଭୟରୁ କର ଉଦ୍ଧାରଣ ।
ତୁମ୍ଭ ଚରଣେ ଯେ । ପ୍ରତାପ ରାୟେ ଶରଣ ୟେ । ୫୫ ।

୫୨-୨- ଅତାର ଦିନର ତୁମ୍ଭ ପୀରତି (କ) । ୫୩-୨- ଭାଇ ସୁହୁଦ ନାହିଁ (କ) ।


୫୩ | ମୁହାଁସ-ପ୍ରୀତି ।