Jump to content

ପୃଷ୍ଠା:Sashi Sena.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶଶିସେଣା କହିଲା, ମୋର ଗୋଟିଏ ବ୍ରତ ଅଛି | ବରଷେ ଗଲେ ତାହା ପୂର୍ଣ୍ଣ ହେବ । ତା ପରେ ମୁଁ ତମ ଝିଅକୁ ବିଭା ହେବି ।

କେତେ କାଳ ବିତିଗଲା । ଶଶିସେଣା ଅଭିମନ୍ୟୁର କିଛି ଟେର ପାଇଲା ନାହିଁ । ବରଷେ ପୂରିବାକୁ ଆଉ ଦଶ ପନ୍ଦର ଦିନ ଅଛି, ଶଶିସେଣା ରାଜାଙ୍କୁ କହିଲା ମହାଦେବଙ୍କ ପାଖରେ ବାରୁଣୀ ବୁଡ ପଡ଼ିବ ବୋଲି ରାଜ୍ୟର ଚାରିଆଡେ ଧେଣ୍ଡୁରା ପିଟାଇ ଦିଅ, ସବୁ ଅଞ୍ଚଳର ଲୋକେ ଆସି ମହାଦେବଙ୍କ ପୋଖରୀରେ ବୁଡ଼ ପକାଇ ଯାଉନ୍ତୁ । ଧେଣ୍ଡରା ଦିଆଗଲା । ବୁଡ ଦିନ ଶଶିସେଣା ଗାଧୋଇ ପାଧୋଇ ଘୋଡା ଉପରେ ଚଢି ପୋଖରୀ କୂଳେ ବୁଲୁଥାଏ, ଦଇବ ଯୋଗକୁ ସେ ଦିନ ଜ୍ଞାନଦେଈ ମାଲୁଣୀ ଅଭିମନ୍ୟୁକୁ ଗୋଟିଏ ମାଇକିନିଆ ବେଶ କରାଇ ବୁଡ ପକାଇବାକୁ ଆଣିଥାଏ ବୁଡ଼ ପକାଇ ସାରି ସେ ଦେଉଳକୁ ଗଲା ଏବଂ ଦର୍ଶନ ପରେ ଅଙ୍ଗାର ଖଣ୍ତେ ଧରି କାନ୍ଥରେ ଲେଖି ଦେଇ ଆସିଲା:-

"ଶଶିସେଣା ବାଳୀ ମନରେ ଭାଳେଣି ଅଭିମନ୍ୟୁ ତାର ବର
ଜ୍ଞାନ‌ଦା ମାଲୁଣୀ ବନ୍ଦୀକରିଅଛି ଦିନେ କରେ ମେଷବର
ରାତିରେ ଧବଳ ପୁଷ୍ପ ସୁଙ୍ଘାଇଣ କରଇ ଭେଣ୍ଡା ସୁନ୍ଦର
ଏଥିରୁ ମୁକତ କରିପାରୁ ଯଦି ଶଶିସେଣା ବେଗେ କର ।"

ଶଶିସେଣା ଆଖି ଯେମିତି ଏହି ଲେଖା ଉପରେ ପଡ଼ଲା, ସେ ସବୁ କଥା ଜାଣି ପାରିଲା । ତ‌ହିଁଆରଦିନ ସେ ମାଲୁଣୀକୁ ଓ ତା ମେଣ୍ଢାକୁ ନେଇ ଆସି ତାକୁ ମଣିଷ କରିବା ପାଇଁ ହୁକୁମ କଲା । ମାଲୁଣୀ ନାନା ପ୍ରକାର ଛଳ ଦେଖାଇ ତା ହୁକୁମ ମୁତାବକ କାମ ନ କରିବାରୁ ସାଙ୍ଗେ ସାଙ୍ଗେ ତା ପିଠିରେ ବିଛୁଆତି ଗଛରେ ଗୁଡ଼ାଏ ପାହାର ବସିଲା । ସେ ବାପଲୋ ମାଆଲୋ ହୋଇ ମେଣ୍ଢାକୁ ମଣିଷ