ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
ଶଶିସେଣା
ୟେମନ୍ତ ବିଚାରି ମନେ ବୋଲଇ ବଚନ ।
ଭିଖୁକ କଥାକୁ ସଖି କରିଅଛୁ ମାନ । ୧୩।
କପଟେଣ ଅବା ଆସିଥିଲା ଜ୍ଞାନଦେଈ ।
ତୋତେ ଭ୍ରମ କରାଇଲା ମୋତେ ନେମା ପାଇଁ ।
ସେ ଛାର କଥାକୁ ସଖି ନ କରସି କୋହ ।
ତୋର ମୋର ବିହି ଗଢିଅଛି ୟେକ ଦେହ ।୧୪ ।
ବୋଲଇ ସୁନ୍ଦରୀ ୟେହା ନ ଶୁଣଇ ମୁହିଁ ।
ନାମ ଯେବେ କହିବା ତେବେ ମୁଁ ପ୍ରତେ ଯାଇ ।
ଯେବେ ନ କହିବ ନାମ ମୁଁ ତୁମ୍ଭର କିସ ।
ନିଚୟେ ମରିବି ଖାଇ କାଳକୂଟ ବିଷ । ୧୫ ।
ୟେହା ଯେବେ ନ କରିବ ସତ୍ୟ ସତ୍ୟ ଶୁଣ ।
ମାତା ପିତା ଦେବତା ତୁମ୍ଭର ଲକ୍ଷେ ରାଣ ।
ନିଷ୍ଠୁର ବଚନ ଶୁଣି କୁମର ବୋଇଲା ।
ଶଶିସେଣା ବାଳୀ ବୁଦ୍ଧି ଉତ୍ତମ ହୋଇଲା । ୧୬ ।
ଯେତେ ଦୁଖ ପାଇଅଛି ମୋହୋର ନିମନ୍ତେ ।
ପ୍ରାଣ ଥାଊ ଥାଊ ୟେହା ମୂର୍ଛିବି କେମନ୍ତେ ।
ନାମ ଯେବେ ନ କହିବି ମରିବ ନିଅତ ।
କହିଲେଣ ମୁହିଁ ଆଊ ନ ରହିବି ୟେଥ ।୧୭।
ଏତେ କଥା ବିଚାରିଣ ମନରେ ଆକୁଳ ।
ବେନି ନୟନରୁ ତାର ବହେ ଅଶ୍ରୁଜଳ ।
୧୩-୪-ଏ ଛାର କଥାକୁ (ଖ ) ।