ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
୮୫
ୟେତେ କହି ସର୍ପ ହୋଇ ଜଳରେ ବୁଡ଼ିଲା ।
ଦେଖି ଶଶିସେଣା ବାଳୀ ସାହାସ ଉଡ଼ିଲା ।
ଦଶ ଦିଶ ଅନ୍ଧାର ହୋଇଲା ତାକୁ ପୁଣି ।
ମୂର୍ଚ୍ଛାଗତ ଯାଇଣ ସେ ପଡ଼ିଲା ମେଦିନୀ । ।୨୮।
ଘଡ଼ି ଦୁଇ ଅନ୍ତରେ ସେ ଚେତନା ପାଇଲା
ଚମକି ଊଠିଣ ଚଉଦିଗକୁ ଚାହିଁଲା ।
ରାହୁଗ୍ରାସ ଛାଡ଼ିଲା କି ସମ୍ପୂର୍ଣ୍ଣ ଚନ୍ଦ୍ରମା ।
ତେସନ ପରାୟେ ମୁଖ ଦିଶିଲାକ ବାମା । ୨୯ ।
ନାମ ଧରି ରୋଦନ କରଇ ଉଚ୍ଚସ୍ୱରେ ।
ମୋତେ ଛାଡ଼ି ପ୍ରାଣନାଥ ଗଲ କି ଦୋଷରେ ।
ବାଳୁତ କାଳରେ ପିତାଘରେ ଯେବେ ଥିଲି ।
ତେବେହେଁ ତୁମ୍ଭର ଆଜ୍ଞା ଅବଗ୍ୟାଁ ନ କଲି । ୩୦ ।
ଯେତେ ରସ କଉତୁକ ପଢ଼ିବାର ବେଳେ ।
ସେ କଥାମାନ କି ସବୁ ପାସୋରିଲ ଢାଳେ ।
ସତ୍ୟ କରାଇଣ ମୋତେ ହୋଇଲ ଯେ ବିଭା ।
ଆଜ୍ଞା ଦେଲ ଚାଲ ସଖି ବିଦେଶକୁ ଯିବା। ୩୧।
ମାତା ପିତା ବନ୍ଧୁବର୍ଗ ଛାଡ଼ିଣ ମୁହାଁସ ।
ତୁମ୍ଭର ଚରେଣେ ୟେକା ବଳାଇଲି ଆଶ ।
୩୧-୪-ସଖି ବିଦେଶ କରିବା (ଗ) ।
୩୨ । ମୁହାଁସ ପ୍ରେମ, ସହ ।