ପୃଷ୍ଠା:Sashi Sena.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
୮୯
 


ସଙ୍ଗୀତ ବିଦ୍ୟାକୁ ହେବୁ ସରସ୍ୱତୀ ସରି ।
ନୃତ୍ୟ ଗୀତେ ତୋଷିବୁ ତୁ ଦେବୀ ବିଶେହେରୀ ।
ପ୍ରସନ୍ନ ହୋଇଣ ତୋତେ ଯାଚି ଦେବେ ବର ।
ତେବେ ସେ ପାଇବୁ ତୋର ପତିର ସଙ୍ଗର । ୪୭ ।

ୟେମନ୍ତ କହିଣ ମୁନି ସମାଧିରେ ବସି ।
ଶଶିସେଣା ବାଳୀ ମନ୍ତ୍ର ଜପିଲାକ ବସି ।
ବସିଲାକ ମନ ଯୋଗ ଏକଲୟ କରି ।
ନୟନ ଫେଡ଼ିଣ ମନ୍ତ୍ର ତଦଗତ କରି । ୪୮ ।

ଶ୍ରୀଜଗନ୍ନାଥଙ୍କୁ ଚିନ୍ତା ଲୟ ଧ୍ୟାନ କର ।
ଦୁରିତ ଭଞ୍ଜନ ଯେହୁ ଅଭୟ ପଞ୍ଜର ।
ଶରଣ ପଞ୍ଜର ହରି କରିବା ସଦୟେ ।
ଚରଣେ ଶରଣ ଶିଶୁ ପରତାପ ରାୟେ । ୪୯ ।

୪୭-୪- ତେତେବେଳେ ମାଗିବୁ ତୁ ପତିକି ତୋହୋର (ଗ) । ୪୮-୩|୪ କେବଳ ଖ ରେ ଅଛି ।



୪୬ । ବିଶେହେରୀ-ଦେବୀଙ୍କର ନାମ । ୪୯ | ଶରଣ ପଞ୍ଜର-ଆଶ୍ରିତ ଲୋକମାନଙ୍କର(ପଞ୍ଜର -ଗୃହ) ରକ୍ଷାକାରୀ ।