ପୃଷ୍ଠା:Sashi Sena.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରୟୋଦଶ ଛାନ୍ଦ


ବଙ୍ଗଳ ଶ୍ରୀ- ଯୁବତୀ କୁଳ ଶିରୋମଣିରେ ଗାଇବ-

ଯୁବତୀ-ରତନ ୟେକମନେ ଶୁଣ କହଇ ଅପୂର୍ବ ରସ । ଅହିମାଣିକ୍ୟ ପାତାଳପୁରେ ଯାଇ ଦେବୀ ଛାମୁରେ ପ୍ରବେଶ ।
ନା ଗୋ ୟେ । ୧ ।

ପାଦତଳେ ଯାଇ ପ୍ରଳମ୍ବ କରଇ ଦେଖିଣ ହରଷ ମାୟେ । କୋଳାଗ୍ରତ କରି ଚୁମ୍ବନ ଦିଅଇ ପାଶେ ବସାଇ ତନୟେ ।
ନା ଗୋ' ୟେ । ୨ ।

ସକଳ ସନ୍ଦେଶ ପଚାରି ଊତ୍ତର ଭିତରେ ମେଲାଣି ଦେଲେ । ନିଜ ଭାବିନୀ ଯଉଁଠାରେ ଅଛନ୍ତି କୁମର ତହିଁକି ଗଲେ ।
ନା ଗୋ ୟେ । ୩ ।

ଦେଖିଣ ସୁନ୍ଦରୀ ଗରୁମାନ କରି ଟେକି ନ ଚାହାନ୍ତି ମୁଖ । ନୟନୁଁ ନୀର ଝର ଝର ବହଇ ସୁମରି ବିଚ୍ଛେଦ ଦୁଖ ।
ନା ଗୋ ୟେ । ୪ ।

ଅନେକ ପ୍ରକାରେ ବିନୟ ହୋଇଣ କହଇ କୁମର ବାଣୀ । ବିନା ଅପରାଧେ କି କେ ୟେଡ଼େ କ୍ରୋଧ କରୁଛ ପ୍ରାଣମିତଣି ।
ନା ଗୋ ୟେ । ୫ ।

ମାତାଙ୍କ ବୋଲରେ ଯାଇଥିଲି ସିନା ନୋହଇ ଆୟତ୍ତ ମୋର ।

୦୪-୧- ନୁହଇ ମୋହୋର ଦୋଷ (କ) ।


୨। ପ୍ରଳମ୍ବ କରଇ-ଦଣ୍ଡବତ କରେ ।