ପୃଷ୍ଠା:Sashi Sena.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ଶଶିଶେଣା
 

କୁମର ମନ ଜାଣି ଦେବ ତରୁଣୀ ହୃଦରେ ପଶିଲେ ତାର ।
ଶଶିସେଣାକୁ ପ୍ରତକ୍ଷେ ଦେଖାଇଲେ ଚନ୍ଧୁ ବି ଚନ୍ଦ୍ର ଚକୋର ।
ନା ଗୋ ୟେ । ୨୬ ।
ଇଷ୍ଟ କୁଟୁମ୍ବ ଦାରା ସୁତ ସ‌ହିତେ ଛଡ଼ାଇଲେ ମାୟାମାନ ।
ଏକା କରିଣ ଶଶିସେଣା ସୁନ୍ଦରୀଠାରେ ବଳାଇଲା ମନ ।
ନା ଗୋ ୟେ । ୨୭ ।
ତିଆରନ୍ତି ମାୟେ ଡ଼ାକିଣ ନନ୍ଦନ ଶୁଣ କୁମର ବଚନ ।
ଗାୟେଣୀଙ୍କି ସତ୍ୟ କରି ତୋତେ ଦେଲି ଯାଆ ତାହାଙ୍କ ଭୁବନ ।
ନା ଗୋ ୟେ । ୨୮ ।
ହୋଇଲେଣ ଶେଷ ସମୟ ପୁଣ ତୁ ଆସିବୁ ଆମ୍ଭର ପାଶ ।
ଏ କଥାକୁ ମନେ ବିମନ କଲେ ତୁ ମୋ ଧର୍ମ ଯିବ ତ ନାଶ ।
ନା ଗୋ ୟେ । ୨୯ ।
ମାତାଙ୍କ ବଚନେ ପ୍ରଳମ୍ବ କରିଣ ସଭାରୁ ଉଠିଲା ଧାତି ।
ଗାୟେଣୀମାନଙ୍କୁ ଦେବୀ ସମର୍ପନ୍ତି ନିଅନ୍ତି ମାୟା ଯୁବତୀ ।
ନା ଗୋ ୟେ । ୩୦ ।
ସ୍ତିରୀମାନେ ତାଙ୍କ ବାରତା ପାଇଣ ଧାଇଁଲେକ କୋପାନଳେ ।
ଚାରୁ ଗଉରବ ଲାଜ ଉପେକ୍ଷିଣ ପ୍ରବେଶ ଆସ୍ତାନ ତଳେ ।
ନା ଗୋ ୟେ । ୩୧ ।
କୋପେ ବୋଲନ୍ତି ଗୋ ପାମର ଯୁବତୀ କାହୁଁ ଆସିଅଛୁ ୟେଥ ।

୨୯-୨-ମୋ ଅଧର୍ମ ଯିବୁ ନାଶ (କ), ତୁମ୍ଭେ ଯିବ ନାଶ (ଖ) ।