ପୃଷ୍ଠା:Sashi Sena.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ଛାନ୍ଦ
୯୫
 

ଦେବୀଙ୍କି ଉଚ୍ଚାଟ କରାଇଣ ଘେନି ଯାଅ ଆମ୍ଭ ପ୍ରାଣନାଥ ।
ନା ଗୋ ୟେ । ୩୨ ।
ଶାପ ଦେବୁ ତୁ ରେ ଭସ୍ମହୋଇ ଯିବୁ ଏସନ ବୋଲନ୍ତି ବାଣୀ ।
ମୁଖ ବନ୍ଧନ ତ‌‌ତକ୍ଷଣ ହୋଇଲା ନୋହିଲେ ମାୟା କାମିନୀ ।
ନା ଗୋ ୟେ । ୩୩ ।
ଦେବୀ ଆସିଣ ପ୍ରବୋଧନ୍ତି ବହୁତ ଶୁଣ ଗୋ କୁଳମଣ୍ଡନି ।
ନୃତ୍ୟ ଗୀତ ରସେ ଭୋଳ ହୋଇ ତୋଷେ ବର ଦେଇଅଛୁ ପୁଣି ।
ନା ଗୋ ୟେ । ୩୪ ।
ଗାୟେଣୀଙ୍କ ଦୋଷ କିଛି ନ ଘେନିମା କୋପ ସଂହରିବା ମାୟେ ।
କିଛି ଦିବସେ କାନ୍ତ ପାଶେ ଆସିବେ ଶୋକ ନ କର ଗୋ ତାୟେ ।
ନା ଗୋ ୟେ । ୩୫ ।
କୁମରଇ ଚାଟୁ ଅନେକ ପ୍ରକାରେ ଭାଷଇ ପ୍ରିୟାଙ୍କ ଆଗ ।
ମୋହୋର ସୁନ୍ଦରି ଦୋଷ ନ ଧରିବ ଦଇବ ଯୋଗୁଁ ବିଯୋଗ |
ନା ଗୋ ୟେ । ୩୬ ।
ବିଳମ୍ବ ନ କରି ଚଳରେ ସୁନ୍ଦରି ଅବଶ୍ୟ ଆସିବି ମୁହିଁ ।
ତୁମ୍ଭମାନଙ୍କୁ ମୁଁ ମୂର୍ଚ୍ଛିକି ପାରିବି ନୁଆସିବା ହୋଇନାହିଁ ।
ନା ଗୋ ୟେ । ୩୭ ।
କୁମର ବଚନ ଗୁଣି ସେ ତରୁଣୀ ମୁଖକୁ ଅଛନ୍ତି ଚାହିଁ ।

୩୪-୧-ତରୁଣୀ ଶୁଣ ଯେ କୁଳ ମଣ୍ଡନୀ (ଗ) ।


୩୬ । ବିଯୋଗ - ନିଚ୍ଛେଦ ।