ପୃଷ୍ଠା:Sashi Sena.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୦
ଶଶିସେଣା
 

ତାଙ୍କ ଦୁଖକଥା ଶୁଣି ମନେ ମନେ ଆକୁଳିତ ଚିତ୍ତ ହୋଇଲା।
ସୂନ୍ଦରୀ । ପନୀର ନୀର ଘେନି କରେ ।
ବେନି ଜନଙ୍କର ଚରଣ ପଖାଳି ଉଦକ ଘେନିଲୋକ ଶିରେ । ୯।
ମାଜଣା ନିତ୍ୟକର୍ମ ବିଧି ସାରିଣ କଲେକ ଅମୃତ ମୋଣୋହି ।
ମାତାଙ୍କ ଛାମୁରେ ଚନ୍ଦ୍ରବଳୀ ଯାଇ ବଲ୍ଲଭ ପ୍ରବେଶ ଜଣାଇ ।
ସୁନ୍ଦରୀ । କ‌ହିଲା ଯଥାବିଧି କରୁ ।
ଅନ୍ତେଶ୍ୱର ପୁରେ ହରଷ ହୋଇଲେ ଶୁଣି ସନ୍ତୋଷ ଦଣ୍ଡଧାରୀ ।
ସକଳ ଦୁଖ ପାସୋରିଣ ସେ ପୁଣି ବଲ୍ଲଭ ଭେଟି ସୁଖେ ରହି ।
ଶଶିସେଣା ଦିନ ସୁମରିଣ ମାତା ପିତା କଥା ଚିନ୍ତା କରଇ ।
କୁମର । ତା ଦେଖି କାତର ହୋଇଲା ।
ବୋଲଇ ତରୁଣୀ ଶୁଣ ପ୍ରାଣମଣି ଯେତେକ ପଡିଲା ବିପତ୍ତି ।
ମାତା ପିତା ଶୋକ କରାଇ ଅଇଲଁ ତ‌ହିଁକି ଫଳିଲା ଯୁଗତି ।
ସୁନ୍ଦରୀ । ବୋଲି ଶୁଣିମା କୁମର ।
ମାତା ପିଅର ଚ୍ଚାଲ ଯାଇଁ ଦେଖିବା ଯିବା ଆମ୍ଭର ନିଜପୁର । ୧୨।
ଅହିମାଣିକ୍ୟ ବୋଲଇ ତାହା ଶୁଣି ମୂର୍ଚ୍ଛିଲେ ସେ ମଲା ବୋଲିଣ ।
ୟେବେ ଗଲେ ସର୍ବେ ଚକିତ ହୋଇବେ ଭଣ୍ଡାଇବା କିସ କ‌ହିଣ ।
ସୁନ୍ଦରୀ। ବୋଲି ଶୁଣ ପ୍ରାଣନାଥ ।
ୟେ କଥାକୁ କିଛି ମନେ ନ ବିଚ୍ଚାର ଅଛିକି ଉପାୟେ ବ‌ହୁତ ।।
୧୧-୧-ପାସୋରିଣ ଲେଉଟି ବଲ୍ଲର ଭେଟି(ଖ)୧୧-୪-କି ଦୋଷ ଅବା ମୋ
ହୋଇଲା(ଖ)


୯-ପନୀର ନୀର -ବାସନା ପାଣି । ୧୧ । କି କେ - କାହିଁକି ।