ୟେତେ ବିଚ୍ଚାରୀ ଚନ୍ଦ୍ରାବଳୀ ହକାରି ବୋଲନ୍ତି ଶୁଣ ରେ ସୁନ୍ଦରି ।
ତାତ ଜନନୀଙ୍କି ଜଣାଇଣ ଆସି ଯିବ ଆମ୍ଭର ନିଜ ପୁରୀ ।
ସୁମୁଖି । ଦୁଃଖ ନ ଧରିବା ମନେଣ ।
ବହୁତ ଦିନ ତୁମ୍ଭ ପୁରେ ରହିଲୁ ଦେଖିବୁ ମାତା ପିତା ପୁଣ । ୧୪ ।
ନାହା ବଚନ ନିରିଘାତ ଯେ ମନ ଶୁଣି ତା ଆତମା ଊଡ଼ିଲା ।
ନ ଫୁରଇ ବାଣୀ ମଉନ ତରୁଣୀ ହୋଇ ସେଠାରୁ ବାହୁଡ଼ିଲା ।
ସୁନ୍ଦରୀ । ପ୍ରବେଶ ଜନନୀ ଭୁବନ ।
ବଲ୍ଲଭ ସନ୍ଦେଶ ଜଣାଇ କହନ୍ତେ ଲୋତକ ପୂରିତ ଲୋଚନେ ।।
ଜେମାର ଶୋକ ଦେଖିଣ ଯେତେ ବାମା ଅନ୍ତେଶ୍ୱର ପୁରେ ଅଛନ୍ତି ।
ଆକୁଳ ହୃଦୟ ସବୁଙ୍କରି ହୋଇ କ୍ରଧେ ଅସମ୍ଭାଳ ହୁଅନ୍ତି ।
ଅବଳା । ନୃପତି ଛାମୁରେ କହିଲେ ।
ଦୁହିତା ବିଛେଦ କଥା ଗୁରୁବଥା ପିଅରଇ ଶୁଣି ପାଇଲେ । ୧୬ ।
ପାତ୍ରମନ୍ତ୍ରୀ ଗଣ ହକାରି ରାଜନ ଜୁଆଇଁ ସନ୍ନିଧେ ପେଷିଲେ ।
ଅନେକ ପ୍ରବୋଧି ଘେନିଣ ସାମନ୍ତେ କହନ୍ତେ କୁମର ଭାଷିଲେ
ବଚନ । କହିବ ନୃପତି ଛାମୁରେ ।
ବହୁତ ଦିନ ନିଚିନ୍ତରେ ରହିଲୁ ତାହାଙ୍କ କୃପାରୁ ଏ ପୁରେ ।।
ୟେବେ ଯାଇ ମାତା ପିତାଙ୍କୁ ଦେଖିବୁ ବନ୍ଧୁ କୁଟୁମ୍ବ ଇଷ୍ଟଗଣ
କିଛୁ ଦିବସ ଉତ୍ତୋରେଣ ଲେଉଟି ଆସିବୁ ତୁମ୍ଭର ଭୁବନ ।
ୟେସନେ । ପୁଣି ବାହୁଡିଲେ ତୁରିତ ।
ନୃପତି ଚ୍ଛମୁରେ ସମସ୍ତ କହିଲେ ହୋଇଲେ ରାୟେ ହେଠମାଥ ।।
୧୫-୧-ଶୁଣି ତା ସାହାସ ଊଡ଼ିଲା (ଗ)
ପୃଷ୍ଠା:Sashi Sena.pdf/୧୩୯
Jump to navigation
Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚର୍ତୁର୍ଦ୍ଦଶ ଛାନ୍ଦ
୧୦୧
