ପୃଷ୍ଠା:Sashi Sena.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇ ନ ପାରେ । କବି ପ୍ରତାପଙ୍କ ଗୁରୁଦେବ ଅହିମାଣିକ୍ୟ ଓ ଶଶିସେଣା ଉଭୟଙ୍କର ହୃଦୟକୁ କଳନା କରି ଦେଖିବା ବିଷୟରେ ଯେ ସେମାନଙ୍କ ପିତାମାତାଙ୍କଠାରୁ ନ୍ୟୂନ ଥିଲେ, ତାହା ନୁହେଁ, ପରନ୍ତୁ ପିତା ମାତାଙ୍କଠାରୁ ଅଥିକ ଥିଲେ ବୋଲି କୁହାଯାଇ ପାରେ । ତେବେ ପିତା ମାତାଙ୍କଠାରୁ ତାଙ୍କର ପାର୍ଥକ୍ୟ ଏତିକି ଯେ, ସେ ବିବାହ ମୂଳରେ ବିଶ୍ୱସ୍ରଷ୍ଟାଙ୍କ ଯେଉଁ ମହତ୍ ଊଦ୍ଦେଶ୍ୟ ନିହିତ, ତାହା ଉତ୍ତମ ରୂପେ ଅବଗତ ଥିଲେ । ତେଣୁ ଜଗତର ସାମାଜିକ ବନ୍ଧନ ତାଙ୍କ ନିକଟରେ ଅତି ତୁଚ୍ଛ ବୋଲି ପ୍ରତୀତ ହୋଇଥିଲା । ପ୍ରେମିକ ପ୍ରେମିକା ଉଭୟଙ୍କ ମନୋଭାବ ଉତ୍ତମରୂପେ ଅନୁଶୀଳନ କରି ଏବଂ ସ୍ରଷ୍ଟାଙ୍କ ସାଧୁ ଉଦ୍ଦେଶ୍ୟରେ ଦୃଷ୍ଟି ରଖି ସେ ସେମାନଙ୍କ ପରିଣୟ କ୍ରିୟା ସମ୍ପନ୍ନ କଲେ । ଏହାଦ୍ୱାରା ଗୁରୁଙ୍କ ଚରିତ୍ରର ପ୍ରକୃତ ମହତ୍ତ୍ୱ ଓ ହୃଦୟର ଅମାୟିକ ଉଦାରଭାବ ପରିଷ୍ଫୁଟ । ମୂଳ ହଳାହଳ କୁମର ଗଳ୍ପଟିରେ କଥାଭାଗର ଏହି ମାନବୋଚିତ ବୈଚିତ୍ର୍ୟ ଆଦୌ ଦେଖିବାକୁ ମିଳେ ନାହିଁ । ଏହା କବି ପ୍ରତାପଙ୍କ କଳ୍ପନାପ୍ରସୂତ ଓ ବୁଦ୍ଧିମତ୍ତାର ପ୍ରକୃଷ୍ଟ ପରିଚାୟକ । ଅନ୍ୟ ପକ୍ଷରେ ଦେଖିଲେ ଗୁରୁଦେବ ଯୋଗୀ ଓ ତ୍ରିକାଳଦର୍ଶୀ, ସେ ଉଭୟଙ୍କୁ ବିଧାତାଙ୍କ ଦ୍ୱାରା ପତି ପତ୍ନୀ ରୂପେ ସୃଷ୍ଟ ହୋଇଥିବା ଯୋଗବଳରେ ଜାଣିପାରି ସେମାନଙ୍କର ପରିଣୟ କ୍ରିୟା ସମ୍ପନ୍ନ କଲେ ଓ ସେମାନଙ୍କର ବିବାହାନନ୍ତର ବିଦେଶ ପ୍ରୟାଣ ମଧ୍ୟ ବିଧି ନିର୍ଦ୍ଧିଷ୍ଟ ତ‌ଥା ସମୀଚୀନ ଏହା ବୋଧ କରି ସେ ସେମାନଙ୍କୁ ବିଦେଶ ଯିବା ନିମିତ୍ତ ଉପଦେଶ ଦେଲେ ।

ଯେପରି କୌଶଳସ‌ହକାରେ କବି ନବଦମ୍ପତୀଙ୍କର ବିଦେଶ ଯାତ୍ରା ବର୍ଣ୍ଣନ କରିଅଛନ୍ତି, ତାହା ଯେପରି ହୃଦୟଗ୍ରାହୀ