ପୃଷ୍ଠା:Sashi Sena.pdf/୨୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରିଲେ ନାହିଁ । ନ‌ଗରବାସିଗଣ ପ୍ରତିମୂହୁତ୍ତରେ ପ୍ରମାଦ ଗଣିଲେ । ରାଜା ଏହାର ଅନ୍ୟ କୌଣସି ପ୍ରତିବିଧାନ କରି ନ ପାରି ଶେଷରେ ଘୋଷଣା କଲେ:-

ଗଣ୍ତାର ଭୟେ କିସ ଉପାୟେ
ନ‌ଗ୍ରଦେଶ ସବୁ ଉଜାଡ଼ ହୋୟେ ।୨୦।
ସେ ପାରୁ ଅବା ସତ୍ୟ କରିବା
ଗଣ୍ତା ମାଇଲେ ଜେମା ଦେଈ ଦେବା ।୨୧।

ଦେବୀଙ୍କର ଅପାର କରୁଣା ବଳରୁ ଏକା ଶଶିଧର ଗଣ୍ତାର ପ୍ରାଣ ବିନାଶରେ ସମର୍ଥ ହେଲା । ଶଶିଧର କର୍ତ୍ତୃକ ଗଣ୍ତାର ନିଧନ ସଂବାଦ ଶୁଣି ରାଜା ତାହା ହସ୍ତରେ କନ୍ୟା ଚନ୍ଦ୍ରାବଳୀକୁ ଅର୍ପଣ କଲେ । କିନ୍ତୁ ମଧୁଶର୍ଯ୍ୟା ରଜନୀରେ ଶଶିଧର ରାଜ‌ଜେମା ଚନ୍ଦ୍ରାବଳୀ ନିକଟରେ ପ୍ରକାଶ କଲା ଯେ, ସେ "କାନ୍ତ ବିଚ୍ଛେଦ" ବ୍ରତ ଗ୍ରହଣ କରିଅଛି । ବର୍ଷକରେ ଏହି ବ୍ରତ ଉଦ୍‌ଯାପିତ ହେବ ଏବଂ ସେଥିପାଇଁ ଏକ-ମୁଖଶାଳା ବିଶିଷ୍ଟ ସାତୋଟି ମନ୍ଦିର ନିର୍ମିତ ହୋଇ ତ‌ହିଁରେ ବିଧି ପୂର୍ବକ ଉମା ମହେଶ୍ୱରଙ୍କର ପୂଜା ନୃତ୍ୟ ଗୀତାଦି ସ‌ହ ଏକ ବର୍ଷ ପର୍ଯ୍ୟନ୍ତ ସମ୍ପାଦିତ ହେବ । ବ୍ରତ ସମାପ୍ତି ଦିବସରେ ଲକ୍ଷେ ବୋଦା ଓ ପୋଡ଼ୁଅ ବଳି ରୂପେ ପ୍ରଦତ୍ତ ହେବ ଏବଂ ନାନା ଦେଶ ଦେଶାନ୍ତରରୁ ଲୋକମାନେ ଆସି ଯାତ୍ରା ଦର୍ଶନ ଓ ନିଜ ନିଜର ଅଭୀଷ୍ଟ ସାଧନରେ ମନୋରଥ ପୂର୍ଣ୍ଣ କରିବେ ।
ଚନ୍ଦ୍ରାବଳୀ ସ‌ହଚରୀଙ୍କ ଦ୍ୱାରା ଏହା ରାଜାଙ୍କ କର୍ଣ୍ଣ‌ଗୋଚର କରାଇଲା । ଶଶିଧରର କଥା ଅନୁସାରେ ବ୍ରତ ଉଦ୍‌ଯାପନର ସକଳ ଆୟୋଜନ କରାହେଲା । କ୍ରମେ ନାନା ଦେଶାଗତ ଜନ ସମାଗମରେ ସ୍ଥାନଟି ପୂର୍ଣ୍ଣ ହେବାକୁ ଲାଗିଲା । ଶଶିଧର ପ୍ରତ୍ୟହ ମନ୍ଦିରରେ}}