ପୃଷ୍ଠା:Sashi Sena.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅହମାଣିକ୍ୟର ସନ୍ଧାନ ନେଉଥାଏ । ବ୍ରତ ଊଦ୍‌ଯାପନ ପାଇଁ ନିର୍ଦ୍ଦିଷ୍ଟ ବର୍ଷଟି କ୍ରମେ ଶେଷ ହୋଇ ଆସିବା ସଙ୍ଗେ ସଙ୍ଗେ ପ୍ରିୟତମର କୌଣସି ସନ୍ଧାନ ନ ପାଇ ଶଶିଧରର ଚିନ୍ତା କ୍ରମେ ବର୍ଦ୍ଧିତ ହେଉଥାଏ । ଏହି ସମୟରେ ଅହିମାଣିକ୍ୟର ଅନୁରୋଧ କ୍ରମେ ଥରେ ଜ୍ଞାନ‌ଦେଈ ତାକୁ ନାରୀବେଶ କରି 'କାନ୍ତ ବିଚ୍ଛେଦ' ଯାତ୍ରାକୁ ଆଣିଥାଏ । ସେଠାରେ ଅହିମାଣିକ୍ୟ ଶଶିଧରକୁ ଶଶିସେଣା ବୋଲି ଚିହ୍ନିପାରିଲା ଏବଂ ଆତ୍ମପରିଚୟ ଦେବାରେ ଅନ୍ୟ କୌଣସି ଉପାୟ ନ ଦେଖି ଖଣ୍ଡିଏ ଅଙ୍ଗାର ଧରି ମନ୍ଦିର ଗାତ୍ରରେ ନିଜର ପରିଚୟ ଓ ବର୍ତ୍ତମାନ ଅବସ୍ଥା ଲେଖି ଦେଇ ଆସିଲା । ପରଦିନ ପ୍ରତ୍ୟୁଷରେ ଶଶିଧର ତାହା ପାଠକରି ଅହିମାଣିକ୍ୟର ଊଦ୍ଧାର ସାଧନ କଲା ।
ମୂଳ ଗଲ୍ପରେ ରାଜଜେମା ସହିତ ଶଶିସେଣାର ପରିଚୟ ହେବା ପୂର୍ବରୁ ତାହାର ବ୍ରତ ଧାରଣ ବର୍ଣ୍ଣିତ ହୋଇଅଛି ଏବଂ ଉଦ୍‌ଯାପନ ବିଧି ଅତି ଅସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଅଛି । ଏହି ଉଦ୍‌ଯାପନ ଦିବସରେ ବାରୁଣୀ ସ୍ନାନ ନିମିତ୍ତ ଜ୍ଞାନଦେଈ ଅହିମାଣିକ୍ୟକୁ ନାରୀ ବେଶରେ ସେ ସ୍ଥାନ‌କୁ ଆଣିଥିଲା । ଅହିମାଣିକ୍ୟ ମନ୍ଦିରରେ ନିଜର ପରିଚୟ ଲିପିବଦ୍ଧ କରି ଦେଇ ଆସିଲା । ଶଶିସେଣା ତାହା ପାଠ କରି ସ୍ୱାମିଋ ଉଦ୍ଧାର ସାଧନ କଲା । କବି ପ୍ରତାପ ଏହି ପ୍ରସଙ୍ଗରେ ମାନବ ଧର୍ମ ଚିତ୍ରଣରେ ଔଚିତ୍ୟ ଓ କଳା ପରିପାଟୀ ଦେଖାଇ ରାଜ‌ଜେମା ସଙ୍ଗେ ଶଶିସେଣାର ବିବାହ ପରେ କାନ୍ତ ବିଚ୍ଛେଦ ବ୍ରତ ଧାରଣ ପ୍ରସ୍ତାବ ଊତ୍ଥାପନ କରି ଅଛନ୍ତି । ଫଳତଃ ମୂଳ ଚିତ୍ରଠାରୁ ଏ ଚିତ୍ରଟି ଅଧିକତର ସରସ ଓ ପ୍ରାଣସ୍ପର୍ଶୀ ହୋଇ ପାରିଛି । ବ୍ରତ ଉଦ୍‌ଯାପନର ପରଦିବସରେ ଶଶିଧରର ବିଚିତ୍ର ରହସ୍ୟ ରାଜାଙ୍କର କର୍ଣ୍ଣଗୋଚର ହେଲା । ଶଶିସେଣା ଆତ୍ମ ପରିଚୟ ତାହାଙ୍କ