ପୃଷ୍ଠା:Sashi Sena.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିକଟରେ ପ୍ରଦାନ କରି ଚନ୍ଦ୍ରାବଳୀଙ୍କୁ ଅହିମାଣିକ୍ୟ ସଙ୍ଗେ ବିବାହ ଦେବାର ପ୍ରସ୍ତାବ କଲା । ରାଜା ଶଶିସେଣାର ଅତୀତ ଜୀବନର ଅଦ୍ଭୁତ ଘଟନା ଶ୍ରବଣରେ ମୁଗ୍ଧ ଓ ଚକିତ ହୋଇ ତ‌ତ୍ କଥାନୁଯାୟୀ କନ୍ୟାକୁ ଅହିମାଣିକ୍ୟ ହସ୍ତରେ ଅର୍ପଣ କଲେ । ଏହିଠାରେ କବି ଚନ୍ଦ୍ରାବଳୀର ପରିଣୟ ବର୍ଣ୍ଣନାରେ ଯଥେଷ୍ଟ କୃତି‌ତ୍ତ୍ୱ ଦେଖାଇ ଅଛନ୍ତି ଏବଂ ଯେଉଁ ଚିତ୍ରଟି ଅଙ୍କନ କରିଅଛନ୍ତି, ତାହା ଅଦ୍ୟାବଧି ଉତ୍କଳିୟ ସମାଜରେ ପ୍ରଚଳିତ ଅଛି । କନ୍ୟାଦାନ ପରେ ପିତାମାତାଙ୍କ ଦୀନତା ପୂର୍ଣ୍ଣ ଊକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ ।


ୟେ ମୋର ଶିଶୁମତି ସୁକୁମାରୀ । ୟେହାକୁ ଥିବ ତୁମ୍ଭେ ଦୟା କରି
ତୁମ୍ଭ ଦୁହିଙ୍କି କରୁଥିବ ସେବା ।
ୟେହୁ ଦୋଷହିଁ ଗୋ । କଲେଣ କ୍ଷମା କରିବା ୟେ ।୩୦। ଇତ୍ୟାଦି ।

ଶଶିସେଣା ଓ ଚନ୍ଦ୍ରାବଳୀ ସ‌ହ ଅହିମାଣିକ୍ୟଙ୍କ କାମନ୍ତା ପୁରରେ କିଛି କାଳ ସୁଖରେ ବାସ କଲା । ଅହିମାଣିକ୍ୟଙ୍କ ପାତାଳପୁରସ୍ଥ ଦୁଇ ସ୍ତ୍ରୀ ପତିବିରହରେ କାତର ହେଲେ । ତ‌ହୁଁ ସେମାନେ ନିଜର ମାନିନୀ ମୂର୍ତ୍ତିର ପାଦରେ ମାନଭଙ୍ଗାର୍ଥ ଚାଟୁ କରୁଥିବା ଅହିମାଣିକ୍ୟର ମୂର୍ତ୍ତିଯୁକ୍ତ ମାୟାପଟ ଧାରଣ କରି ଗାୟେଣୀ ବେଶରେ କାମନ୍ତା ପୁରରେ ପ୍ରବେଶ ପୂର୍ବକ ଶଶିସେଣାର ମନ୍ଦିରରେ ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କଲେ । ଏହା ଦେଖି ଶଶିସେଣା ଗାୟେଣୀଙ୍କୁ କ‌ହିଲା ଆମେ ଦୁଇ ଜଣ ଏ ଚିତ୍ରପଟରେ ଥିଲେ ଯଥେଷ୍ଟ ପୁରଷ୍କାର ଦେଇଥାନ୍ତୁ କିନ୍ତୁ ଆମର ସପତଣୀଏ ଏଠାରେ ଅଛନ୍ତି, ତ‌ହୁଁ ଆମର ହୃଦୟ ବିଦାରି ହୋଇ ଯାଊଛି । ଗୟେଣୀମାନେ କ୍ରୁଦ୍ଧ ହୋଇ କ‌ହିଲେ ଚିତ୍ରପଟରେ ଥିବା ଦୁଇ ସ୍ତ୍ରୀ ତାଙ୍କର ବିବାହିତା ଓ ତୁମେ ତାଙ୍କ ସପତଣୀ, ଦାସୀ ପରିବାରୀ ସଙ୍ଗେ ସମାନ । ଯେବେ ସେ ତୁମ୍ଭର