ପୃଷ୍ଠା:Sashi Sena.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁକନ୍ୟାକୁ ଉପଦେଶ ଶକୁନ୍ତଳା ନାଟକର ୪ର୍ଥ ଅଙ୍କରେ କଣ୍ୱ ଋଷିଙ୍କ ଶକୁନ୍ତଳାକୁ ଊପଦେଶ ତୁଲ୍ୟ ପିତୃଜନ ସୁଲଭ, ସମୀଚୀନ ତ‌ଥା ହୃଦୟ ସ୍ପର୍ଶୀ ।


ନୃପତି । କୁମାରୀ ଡାକି ତିଆରନ୍ତି ।
ମାତା ପିତାଙ୍କୁ ତୁ ମନେ ଧରିବୁ ସେବା କରିବୁ ନିଜ ପତି ।
ଶାଶୁ ଶଶୁର ଗୁରୁଜନମାଙ୍କୁ ଦେଖିଲେ ଭଗତି ହୋଇବୁ ।
ଶଶିସେଣାକୁ ସପତଣୀ ବୋଲିଣ ହିଂସା ବଚନ ନ କ‌ହିବୁ
ସୁମୁଖି । ବଡ଼ କୁଳର ତୁ ଦୁଲଣୀ ।
ବିଶେଷେ ବଡ଼ କୁଳର କୁଳବଧୁ ଦୂଷଣ ଯେମନ୍ତେ ନ ଶୁଣି ।୨୧।

କନ୍ୟାକୁ ଉପଦେଶ ଦେଇ ରାଜା ଶୋକରେ ଅଧିର ହୁଅନ୍ତେ ଚନ୍ଦ୍ରାବଳୀ ଓ ରାଣୀ ପ୍ରଭୃତି ଦୁଃଖର ଅତଳ ଦରିଆରେ ବୁଡିଗଲେ । ପରେ ରାଜା ନିଜକୁ ସମ୍ଭାଳି ସେମାନଙ୍କୁ ସାନ୍ତ୍ୱନା କଲେ ଓ ନାନା ଯୌତୁକ ସହ ଝିଅ ଓ ଜୁଆଇଁକୁ ବିଦାୟ ଦେଲେ । ଅହିମାଣିକ ଓ ଶଶିସେଣା ଚନ୍ଦ୍ରାବଳୀ ସହ ନିଜ ରାଜ୍ୟରେ ଆସି ଉପସ୍ଥିତ ହେଲେ । ରାଜା ଓ ମନ୍ତ୍ରୀ ନିଜ ଝିଅ ପୁଅଙ୍କୁ ପାଇ ପରମ ଆନନ୍ଦ ଲାଭ କଲେ । ନିଜର ଓ ଅହିମାଣିକ୍ୟର ଅନ୍ତର୍ଦ୍ଧାନ ବିଷୟ ଯେପରି ଚତୁରତାର ସ‌ହିତ ଶଶିସେଣା ପିତୃ ସମକ୍ଷରେ ବର୍ଣ୍ଣନା କଲା, ସେଥିରେ ରାଜାଙ୍କ ପୁର୍ଣ୍ଣ ବିଶ୍ୱାସ ଜନ୍ମିଲା । ପ୍ରକୃତ ଘଟଣାକୁ କିଞ୍ଛିତ୍ ଭିନ୍ନରୂପେ ବର୍ଣ୍ଣନା କରିବା ଦ୍ୱାରା ଶଶିସେଣା ମିଥ୍ୟାର ଆଶ୍ରୟ ନେଇଥିଲା ସତ, କିନ୍ତୁ ସେ ମିଥ୍ୟା ମିଥ୍ୟାରୂପେ ଗ୍ରହଣ କରିବାକୁ ହେବ ନାହିଁ । କାରଣ ଭଗବାନ୍ କୃଷ୍ଣଚନ୍ଦ୍ର ଅର୍ଜୁନଙ୍କୁ ଉପଦେଶ ଦେଇ କହିଅଛନ୍ତି ଯେ, ସ୍ଥଳବିଶେଷରେ ମିଥ୍ୟା ସତ୍ୟହୁଏ ଓ ସତ୍ୟ ମଧ୍ୟ ମିଥ୍ୟା ହୁଏ ।


ବିବାହକାଳେ ରତି ସଂପ୍ରୟୋଗେ ପ୍ରାଣାତ୍ୟୟେ ସର୍ବଧନା‌ପହାରେ
ବିପ୍ରସ୍ୟଚାର୍ଥେ ହ୍ୟନୃତଂ ବଦେତ ପଞ୍ଚାନୃତ୍ୟାନ୍ୟାହୁରପାତକାନି
ତନ୍ତ୍ରାନୃତଂ ଭବେତ୍ ସତ୍ୟଂ ସତ୍ୟଶପ୍ୟନୃତଂ ଭବେତ୍। କର୍ଣ୍ଣପର୍ବ ୬୯ ଅଧ୍ୟାୟ ।