ପୃଷ୍ଠା:Sashi Sena.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଡି ନ ପାରି ନିଜ ବର୍ଣ୍ଣନାରେ ଅବିକୃତ ଅବସ୍ଥାରେ ତାହାକୁ ସ୍ଥାନ ଦେଇ ଅଛନ୍ତି ।
କବିକର୍ଣ୍ଣଙ୍କର ପରିଚୟ ଯଥାଯଥ ଭାବରେ ଆମ୍ଭେମାନେ ଅବଗତ ହୋଇ ପାରି ନାହୁଁ । ତାଙ୍କର ଆବିର୍ଭାବ କାଳ ସମ୍ବନ୍ଧରେ ଏକଥା ସ୍ଥିର ନିଶ୍ଚୟ ଯେ, ଉତ୍କଳରେ ସତ୍ୟପୀର ପୂଜାର ସୁତ୍ରପାତ ପରେ ସେ ଏ ଦେଶରେ ଜାତ ହୋଇଥିଲେ ଏବଂ ପାଲା ପ୍ରଣୟନ କରିଥିଲେ । ଉତ୍କଳରେ ସତ୍ୟପୀର ପୂଜାର ଇତିହାସ ବଙ୍ଗଦେଶ ପରି ପ୍ରାଚୀନ ନୁହେଁ । ମୁସଲମାନ ଶାସନର କବଳରେ ପଡ଼ି ବଙ୍ଗଦେଶରେ ପ୍ରଥମେ ଏହି ପୂଜାର ସୂତ୍ରପାତ ହୋଇଥିଲା । ଏହାର ବହୁ ବର୍ଷ ପରେ ଉତ୍କଳରେ ଯେତେବେଳେ ମୁସଲମାନ ରାଜତ୍ୱ ପ୍ରତିଷ୍ଠିତ ହେଲା ଏବଂ ଧର୍ମସଂକ୍ରାନ୍ତ ବିଷୟ ମାନଙ୍କରେ ହିନ୍ଦୁମାନଙ୍କ ସଙ୍ଗେ ଆତ୍ମବିବାଦ ଉପସ୍ଥିତ ହେଲା, ସେତେବେଳେ ଉଭୟ ଧର୍ମର ମହାମନା ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ପ୍ରୀତି ଜନ୍ମାଇବା ନିମିତ୍ତ ଏ ପୂଜାର ପ୍ରଜାର କଲେ । ଠିକ୍ ସେହି ସମୟରେ କିମ୍ବା ତାହାର ଅବ୍ୟବହିତ ପରେ କବିକର୍ଣ୍ଣ ସେହି ସଦିଚ୍ଛାରେ ଚାଳିତ ହୋଇ ପାଲାମାନ ରଚନା କରିଥିଲେ । ଏହ ହିସାବରେ ବିଚାର କଲେ ଅଷ୍ଟାଦଶ ଶତାବ୍ଦୀ ପ୍ରାରମ୍ଭରେ ବା ମଧ୍ୟ ଭାଗରେ ପାଲାମାନ ରଚିତ ହୋଇଥିବାର ଅନୁମିତ ହୁଏ । ତେଣୁ କବିକର୍ଣ୍ଣ ଯେ କବି ପ୍ରତାପଙ୍କ ପ୍ରଭାବରେ ପ୍ରଭାବିତ, ଏଥିରେ କୌଣସି ସନ୍ଦେହ ନାହିଁ ।
ଶଶିସେଣା କାବ୍ୟରେ ଗୋପନ ପ୍ରଣୟର ଯେଉଁ ଅଲେଖ୍ୟ ଅଙ୍କିତ, ସେ ଧରଣର ଚିତ୍ର ପୃଥିବୀର ଅତି ଉନ୍ନତ ସାହିତ୍ୟମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । କବି ପ୍ରତାପ ନିଜର ପ୍ରତିଭା, ବିଚିତ୍ର କଳ୍ପନା ଚାତୁରୀ, ଔଚିତ୍ୟ ଜ୍ଞାନ ଓ ସୌନ୍ଦର୍ଯ୍ୟ ପ୍ରତିପତ୍ତି ସହିତ ଏହି