ପୃଷ୍ଠା:Sashi Sena.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ୟକ ହୋଇଥିବ । ଏହି ସାଧନାର ସନ୍ଧିସ୍ଥଳରେ ଅର୍ଥାତ୍ - ଏକ - ପକ୍ଷରେ କଳ୍ପନାର ଅଦ୍ଭୁତ ଚମତ୍‌କାରିତା ପୂର୍ଣ୍ଣ ମାତ୍ରାରେ ତିରୋହିତ ହୋଇ ନାହିଁ ଏବଂ ଅନ୍ୟପକ୍ଷରେ ତ‌ହିଁରେ ମାନବୋଚିତ ଚିତ୍ରଣ କୌଶଳ ପୂର୍ଣ୍ଣମାତ୍ରାରେ ବିକଶିତ ହୋଇ ନାହିଁ - ଜାତୀୟ ଚିନ୍ତାର ଏହିପରି ଅବସ୍ଥାରେ ଆମ୍ଭମାନଙ୍କ ଆଲୋଚିତ ଏହି 'ଶଶିସେଣା' କାବ୍ୟର ଉତ୍ପତ୍ତି ।

କେଉଁ ସମୟରେ 'ଶଶିସେଣା'ର କବି ପ୍ରତାପ ରାୟ ଉତ୍କଳ ଖଣ୍ତରେ ଆବିର୍ଭୂତ ହୋଇଥିଲେ ବା ବିଦ୍ୟମାନ ଥିଲେ, ତାହା ସ‌ହିତ ଆମ୍ଭମାନଙ୍କ ଉଲ୍ଲିଖିତ ଉକ୍ତିର ଯଥେଷ୍ଟ ସମ୍ପର୍କ ନିହିତ । ତେଣୁ ବର୍ତ୍ତମାନ କବିଙ୍କର ସମୟ ନିରୂପଣ ଆବଶ୍ୟକ । କବି କାବ୍ୟ ମଧ୍ୟରେ ସ୍ୱକାଳର କୌଣସି ସୂଚନା ଦେଇଯାଇ ନାହାନ୍ତି, ତ‌ଥାପି ଯେଉଁ ପ୍ରଣାଳୀରେ ସେ ସ୍ୱୀୟ ମନୋଭାବ ପ୍ରକାଶ କରିଅଛନ୍ତି, ତାହା ପ୍ରାଚୀନ ରୀତିର ପରିଚାୟକ । କାବ୍ୟ ମଧ୍ୟରେ ଏପରି ଅନେକ ଶବ୍ଦର ପ୍ରୟୋଗ କରାଯାଇ ଅଛି, ଯାହା କବିଙ୍କ ପ୍ରାଚୀନତା ସପ୍ରମାଣ କରିବାର ପ୍ରଧାନ ସ‌ହାୟ । ଉଦାହରଣ ସ୍ୱରୂପ ପ୍ରଥମ ଛାନ୍ଦରେ ଦେବଙ୍କ ଶ୍ରେଷ୍ଠେ, ସ୍ୱାମୀରେଣ, ପ୍ରଳମ୍ବ, ଯାଅସି ଓ ଉଡ଼ଙ୍ଗ-ଶିଷ; ଦ୍ୱିତୀୟ ଛାନ୍ଦରେ କଣୟ, ଶୟଳ; ତୃତୀୟ ଛାନ୍ଦରେ ପୁଚ୍ଛା, ପଢ଼ାବନ୍ତି, କରାବନ୍ତି; ଚତୁର୍ଥ ଛାନ୍ଦରେ ବ‌ହନି, ଧରସି, କୋପେଣ ଉଲାଗି; ପଞ୍ଚମ ଛାନ୍ଦରେ ଧାତିକାରେ, ଜଙ୍ଘନ; ଷଷ୍ଠ ଛାନ୍ଦରେ ନଟୀକାଳ, ପାରୁଆ, ବରେହା, ଧୋଇତେ, ମନ-ହିଆଳି ଓ ରାଢ଼େଣୀ; ଅଷ୍ଟମ ଛାନ୍ଦରେ ପଥରେଣ, ବଜାରନ୍ତ ଓ ଚକୋଆ; ଏକାଦଶ ଛାନ୍ଦରେ ଦିହୁଡ଼ି, ବିଶେ ହେରୀ, ବେହାଇ, ମୁହାଁସ ଓ ଚିତୋଇ; ଦ୍ୱାଦଶ ଛାନ୍ଦରେ ଶୁତିଲା;ବିନୋଇଣ ଓ ଲୋୟେ; ତ୍ରୟୋଦଶ ଛାନ୍ଦରେ ଗାୟେଣୀ, ନୂଆସିବା