ପୃଷ୍ଠା:Sashi Sena.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶଶୀଶେଣା
 

ମଧ୍ୟରେ ସୁଭଦ୍ରାଦେବୀ ବେନି ଭାଇର ।
ତିନିମୁର୍ତ୍ତି ଦେଖି ନରେ ଦୂରିତ ହର । ୬ ।
ଜୟ ଜୟ ବିଘ୍ନେଶ୍ୱର ବିଘ୍ନନାଶନ ।
ଲମ୍ବୋଦର ଗଜାନନ ଏକଦଶନ । ୭ ।
କରେଣ ପରଶୁ ପାଶ ଆୟୁଧ ତୋର ।
ଇନ୍ଦୁର ବାହନେ ସ୍ୱାମି ଭ୍ରମଣ କର । ୮ ।
ଯାହା ବୁଦ୍ଧିବଳେ ହର ତ୍ରିପୁର ଗଞ୍ଜି ।
ସମସ୍ତ ଦେବତା ଆଗେ ତୁମ୍ଭଙ୍କୁ ପୂଜି । ୯ ।
ମୋହୋରେ ପ୍ରସନ୍ନ ହୋଅ ପାର୍ବତୀ-ନାନ ।
କହିବି ବିଚିତ୍ର କଥା ରସ ଆଖ୍ୟାନ । ୧୦ ।
ଭୋଜ ନୃପତିର ଜେମା ଇଚ୍ଛା ସୁନ୍ଦରୀ ।
ଚାରୁବ୍ରହ୍ମ ନାମେ ନିଜ ପତି ତାହାରି । ୧୧ ।
ସ୍ୱାମୀରେଣ ମାନ ଦନେ କରି ସୁକେଶୀ ।
ଅନେକ ପ୍ରକାରେ ଚାଟୁ ବଲ୍ଲଭ ଭାଷି । ୧୨ ।
କେବେହେଁ ନ କହେ ବାଣୀ ହେଠ ବଦନ ।
ଦେଖିଣୀ କୁମର କୋପ କଲାକ ମନ । ୧୩ ।
ଗଞ୍ଜଣା କରିଣ କୋପେ ବୋଲଇ ବାଣୀ ।
ଧନ୍ୟ ଧନ୍ୟ ଶଶିସେଣା ନୃପ-ଦୁଲଣୀ । ୧୪ ।

୮-୨-ଭ୍ରମଣି ତୋର (କ, ଗ) ।


୭ । ଲମ୍ବୋଦର-ବଡପେଟା, ଗଜାନନ-ହାତୀମୁହଁ। । ଏକଦଶନ-ଏକ ଦାନ୍ତିଅ। । ଏ ସମସ୍ତ ଗଣେଶଙ୍କର ବିଶେଷଣ । ୮ । ଇନ୍ଦୁର-ମୁଷା । ୯ । ହର-ମହାଦେବ ।୧୨ । ବଲ୍ଲର-ସ୍ୱାମୀ ।