ପୃଷ୍ଠା:Sashi Sena.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଛାନ୍ଦ
 

                                                             
ମାନବରେ ଜାତ ହୋଇ ଏଡ଼େକ ଗରୁ ।
ପତିକୁ ତାରିଲା କେଡେ ବିପତ୍ତିଠାରୁ । ୧୫ ।
ଏ ତିନି ଭୂବନେ ବାଳୀ ରୁହାଇ କୀର୍ତ୍ତି ।
ନାହିଁ ନା ତାହାକୁ କାହିଁ ସମ ଯୁବତୀ । ୧୬ ।
ୟେହା ଶୁଣି ରୋଷ ତେଜି ତୋଷ ସୁନ୍ଦରୀ ।
ସ୍ୱାମୀର ଚରଣ ଧରି ପ୍ରଳମ୍ବ କରି । ୧୭ |
କରପତ୍ର ଯୋଡ଼ି ବୋଲେ ଶୁଣ ଭୋ ନାଥ ।
ଶଶିସେଣା କଥା ମୋତେ କହ କେମନ୍ତ । ୧୮ ।
କାହାର ଦୁହିତା ସେହୁ କାହାର ନାରୀ ।
ୟେହା ମୋତେ କହିବ ବିନତି ମୋହୋରି । ୧୯ |
ତାହା ଶୁଣି ହସି ନାହା ବୋଲଇ ବାଣୀ ।
ଯେବେ ତୁ ଶରଧା କଲୁ ଶୁଣ ମିତଣି । ୨୦ ।
ଅମରାବତୀ ବୋଲିଣ ଏକ ଭୁବନ |
ବିକ୍ରମ-କେଶରୀ ବୋଲି ତହିଁ ରାଜନ । ୨୧ ।
ମନ୍ତ୍ରୀ ନାମ ତାହାର କୁଶଳରମଣ ।
ରାଜ୍ୟ ଜନ ପ୍ରଜା ସୁଖେ କରେ ପାଳଣ । ୨୨ ।
ଭାରିଯା ତାହାର ଲୀଳାବତୀ ସୁନ୍ଦରୀ । ।
ଭକ୍ତି ଭାବେ ସେବଇ ଦେବୀ ବିନ୍ଧ୍ୟେଶ୍ୱରୀ । ୨୩ ।
ପ୍ରସନ୍ନ କରାଇ ଦନେ ମାଗିଲା ବର ।
ମୋହୋର କୋଳରେ ଜାତ ହୋଉ କୁମର । ୨୪ ।


୧୭ । ପ୍ରଳମ୍ବ କରି-ନମସ୍କାର କଲା । ୨୪ ! କୁମର-ପୁଅ ।