ପୃଷ୍ଠା:Sashi Sena.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶଶିଶେଣା
 


ଏହା ଶୁଣି ସୁମରିଲେ ଲୀଳା ଯୁବତୀ ।
ବୋଇଲାକ ଦେବୀ ମୋତେ କହି ଅଛନ୍ତି । ୪୫ ।
ଆଜ୍ଞା ଦେଲେ ତୋର ଗର୍ଭେ ନାହିଁ ନନ୍ଦନ ।
ଶୂନ୍ୟେ ପୁତ୍ରେ ପାଇବୁ ତା କର ଯତନ । ୪୭ ।
ସପନ ଚେତିଣ ମୁହିଁ ହୋଇଲି ଭୋଳ ।
ଏବେ ସୁମରିଲି ଯହୁଁ ତୁମ୍ଭେ କହିଲ । ୪୭ ।
ଏତେ ବୋଲି ପତି ପତ୍ନୀ ଦେଖିଲେ ଯାଇ ।
କୁମର ସୁନ୍ଦରପଣେ ମୋହୁଛି ମହୀ । ୪୮ ।
ଈଶ୍ବରଙ୍କୁ କରି ଭୀତି କି ରତିପତି ।
ବାଳୁତ ରୂପେଣ ଗୋପ୍ୟ ହୋଇଲେ ଏଥି । ୪୯ |
କୃଷ୍ଣ ଯେହ୍ନେ ଗୋପପୁରେ ଗୋପ୍ୟ ହୋଇଲେ ।
ତାତ ଜନନୀକି ଶୋକ କରାଇ ଗଲେ । ୫୦ ।
ତେସନ ପରାୟେ ୟେହା ମଣଇ ମୁହିଁ ।
ଭାଗ୍ୟ ଥିଲେ ୟେହୁ ସିନା ପ୍ରାପତ ହୋଇ । ୫୧ |
ଏତେ କହି ମନ୍ତ୍ରୀ ତହିଁ ହରଷ ହୋଇ ।
ଅନେକ ପ୍ରକାରେ ତହିଁ ଦେଲେ ବଧାଇ । ୫୨ ।
ନୃତ୍ୟ ଗୀତେ ଉନ୍ମତ୍ତ କାମିନୀ ସକଳ ।
ବାଦ୍ୟ ନାଦ ଶବଦେ ସିନ୍ଧୁ ଯେ ଉଛୁଳ । ୫୩ ।
ନଗ୍ର ଜନ ଆନନ୍ଦ ହୋଇଲେ ସମସ୍ତ ।
ନୃପତି ଶୁଣିଣ ଅତି ହରଷ ଚିତ୍ତ । ୫୪ ।


୫୨। ବଧାଇ - ପୁରସ୍କାର ।