ପୃଷ୍ଠା:Sashi Sena.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଛାନ୍ଦ


ଲୀଳାବତୀ ବୋଲେ ସ୍ୱାମି ଶୁଣ ଉତ୍ତର ।
କୁମରକୁ ନାମ ଗୋଟିୟେକ ବିଚାର ।୫୫।
ମନ୍ତ୍ରୀ ବୋଲେ ଅହି ହୋଇ ମାଣିକ୍ୟମାଳ ।
ଅହିମାଣିକ୍ୟ ନାମେଣ ଅଟେ ଦୁଲାଳ ।୫୬।
ପ୍ରାଣରୁ ଅଧିକ ଆମ୍ଭ ଅଟଇ ୟେହୁ ।
ବୃଦ୍ଧକାଳେ ସୁଖଦାତା ଅଟଇ ସେହୁ ।୫୭।
ଶରଦ-ଚନ୍ଦ୍ରମା ଜାଣି କୁମର ମୁଖ ।
ଦେଖି ତାତ ଜନନୀଙ୍କ ହରଇ ଦୁଖ ।୫୮।
ଦିନୁ ଦିନୁ ଆନ ଛବି ଦେବୀ ତନୟେ ।
ଅଭିନବ ମନସିଜ ତେଜ ତା ହୋୟେ ।୫୯।
ନାନା ବିଦ୍ୟା ବିନୋଦ ରସରେ କୁଶଳ ।
ହସଇ ଖେଳଇ ସଖା ମିତଙ୍କ ମେଳ ।୬୦।
ନୀଳଗିରି ଜଗନ୍ନାଥ କରୁଣାକର ।
ଲକ୍ଷ୍ମୀ ସରସ୍ୱତୀ ନିତ୍ୟେ ଭଜନ୍ତି ଯାର ।୬୧।
ପ୍ରସନ୍ନ ହୋଇବା ସ୍ୱାମି ଅଖିଳବାସ ।
ଶିଶୁ ପରତାପ ରାୟେ ଦାସର ଦାସ । ୬୨।

୫୯। ଅଭିନବ ମାନସିକ-ନୂଆ କନ୍ଦର୍ପ ।୬୦। ବିନୋଦ ରସରେ- ଖେଳ କଉତୁକରେ ।