ପୃଷ୍ଠା:Sashi Sena.pdf/୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ନ ଆସିବା), ଏବଂ ଚତୁର୍ଦ୍ଦଶ ଛାନ୍ଦରେ କ‌ହଣା, ବସନ୍ଧରା, ଓ ଦେଶାଉର ପ୍ରଭୃତି ଶବ୍ଦମାନ ଉଲ୍ଲେଖ ଯୋଗ୍ୟ । ଏତଦ୍‌ବ୍ୟତୀତ ପ୍ରତ୍ୟେକ ଛାନ୍ଦର ପ୍ରାରମ୍ଭରେ ଯେଉଁ ବାଣୀମାନ ନିର୍ଦ୍ଦେଶିତ ହୋଇ ଅଛି, ସେ ସକଳ ମଧ୍ୟ ଆମ୍ଭମାନଙ୍କର ଏହି ଉକ୍ତିକୁ ଦୃଢ଼ଭାବରେ ସମର୍ଥନ କରେ । ସପନ ଚେତିଆ, ଚକ୍ରକେଳି, ଆଷାଢ଼ ଶୁକ୍ଳ, ଅଳସୀ ବାଣୀ ବା ଘୋଷି ସଂପାଦି ବାଣୀ, କଳସା ବାଣୀ, ମୁନିବର ବାଣୀ ଏବଂ ଚଳଘଣ୍ଟ ବାଣୀ ପ୍ରଭୃତି ଷୋଡ଼ଶ ଶତାବ୍ଦୀର ରହସ୍ୟ ମଞ୍ଜରୀ ଏବଂ ତ‌ତ୍ ପୂର୍ବବର୍ତ୍ତୀ ଉତ୍କଳର ପଞ୍ଚସଖାଙ୍କ କୃତିମାନଙ୍କରେ ଦେଖିବାକୁ ମିଳେ । ତାହା ଛଡ଼ା କାବ୍ୟର ତୃତୀୟ ଛାନ୍ଦରେ "ଉଷା ଦ୍ୱିତୀୟ ଛାନ୍ଦ - ନଳିନୀ ଗଉଡ଼ା ବାଣୀ," ତ୍ରୟୋଦଶ ଛାନ୍ଦରେ "ରାଗ ବଙ୍ଗଳା ଶ୍ରୀ-ଯୁବତୀକୁଳ ଶିରୋମଣି ବାଣୀ" ଏବଂ ଚତୁର୍ଦ୍ଦଶ ଛାନ୍ଦରେ "ଦିଶ ଆହାରୀ- ସପନେ ଅଙ୍ଗସଙ୍ଗ ଲଭି ଅଙ୍ଗନା" ଆଦି ବାଣୀମାନଙ୍କର ଉଲ୍ଲେଖ ଦେଖିଲେ ଆମ୍ଭମାନଙ୍କର ଏହି ଅନୁମାନ ଦୃଢ଼ରୁ ଦୃଢ଼ତର ହୁଏ । କବି ଶିଶୁ ଶଙ୍କରଙ୍କ ପ୍ରଣୀତ ଉଷାଭିଳାଷର ଦ୍ୱିତୀୟ ଛାନ୍ଦ ଶଶିସେଣା କାବ୍ୟର ତୃତୀୟ ଛାନ୍ଦ ପରି ନଳିନୀ ଗୌଡ଼ା ରାଗରେ ଲିଖିତ । ପୁନଶ୍ଚ ୧୩ଶ ଛାନ୍ଦର 'ଯୁବତୀକୁଳ ଶିରୋମଣି' ବାଣୀଟି ଉଷା କାବ୍ୟର ନବମ ଛାନ୍ଦର ପ୍ରାରମ୍ଭିକ ପଦ - "ଯୁବତୀକୁଳ-ଶିରୋମଣି ସୁବେଶ ପୁରୁଷ ଭୁଷଣ ବୀର" ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ ତାହା ମଧ୍ୟ ସେହି ବଙ୍ଗଳାଶ୍ରୀ ରାଗରେ ଲିଖିତ । ଚତୁର୍ଦ୍ଦଶ ଛାନ୍ଦର "ସପନେ ଅଙ୍ଗସଙ୍ଗ ଲଭି ଅଙ୍ଗନା" ବାଣୀଟି ମଧ୍ୟ ଉଷାଭିଳାଷର ପଞ୍ଚମ ଛାନ୍ଦର ୨ୟ ପଦ - "ସପନେ ଅଙ୍ଗ ସଙ୍ଗ ଲଭି ଅଙ୍ଗନା ବିରହେ ବାତୁଳ ବଚନ" ସଙ୍ଗେ ଏକ ଓ ଅଭିନ୍ନ ଏବଂ ତାହା ମଧ୍ୟ ସେହି ଆହାରୀ ରାଗରେ ରଚିତ । ଏ ସମସ୍ତ ଦେଖି ଶିଶୁ ଶଙ୍କରଙ୍କ ଉଷାଭିଳାଷ ପ୍ରଣ