ପୃଷ୍ଠା:Sashi Sena.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୃତୀୟ ଛାନ୍ଦ
୧୩
 

ଏକଦିନେ କନ୍ୟା ପଢ଼ୁଁ ଖଡ଼ି ଗଡ଼ିଗଲା ।
କୁମରକୁ ଆଣ ବୋଲି ବାଳୀ ଆଜ୍ଞା ଦେଲା । ୮ ।
ଦୀନ ଧନ ପାଇଲା କି ଅନ୍ଧ କି ଲୋରନ ?
କୁମର ମଣିଲା ତେହ୍ନେ କୁମାରୀ ବଚନ । ୯ ।
ଅମିୟହୁଁ ଅଧିକ ସେ ବାଳୀ ବାଣୀରସ ।
ତାହା ସିନା ଜାଣନ୍ତି ସେ ଛଇଳପୁରୁଷ । ୧୦ ।
କର ଦୁଇ ଯୋଡି ଅହିମାଣିକ ବିନୋଇ ।
ବୋଲଇ ଶୁଣିମା ଶଶିସେଣା ଜେମାଦେଇ । ୧୧ ।
ତୁହି ରାଜଜେମା ମୁହିଁ ମନ୍ତ୍ରୀର କୁମର ।
ବିଶେଷେ ତ ପରିଜନ ଅଟଇ ତୁମ୍ଭର । ୧୨ ।
ମୁଁ ଯାହା ମାଗିବି ତାହା ନ କରିବ ନାହିଁ ।
ସତ୍ୟ କଲେ ଖଡ଼ି ଆଣି ଦେବୀ ଚନ୍ଦ୍ରମୁହିଁ । ୧୩ ।
ହସିଣ ବୋଲଇ ବାମା ସତ୍ୟ କଲି ଶୁଣ ।
ସତ୍ୟ ଯେବେ ଲଙ୍ଘିବଇଁ ଗୁରୁଙ୍କର ରାଣ । ୧୪ ।
ଗଙ୍ଗାରେ ଗୋଦାନ ଦେଇ କରଇ ହରଣ ।
ଅରି କରେ ସମର୍ପଇ ଯେ ଜନ ଶରଣ । ୧୫ ।
ଏଥୁଁ ଆନ କଲେଣ କରଇ ଶିବ ଦ୍ରୋହ ।
ଯାହା ତୁମ୍ଭେ ମାଗିବ, ଦେବଇଁ ସତ୍ୟ କହ । ୧୬ ।


୧୦। ଅମିୟହୁଁ-ଅମୃତଠାରୁ । ଛଇଳ ପୁରୁଷ-ରସିକ ଲୋକ ।
୧୨। ପରିଜନ-ସେବାକାରୀ, ଗହଣରେ ଥିବ ଲୋକ ।