ପୃଷ୍ଠା:Sashi Sena.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ଥ ଛାନ୍ଦ




ମୁନିବର ବାଣୀ
(ମାରକଣ୍ତ ଋଷିକହେ-ଏ ବାଣୀରେ ଗାଇବ)
ଏଥୁ ଅନନ୍ତରେ ତହିଁ । କୁମର କୁମାରୀ ଦୁଇ
ଯେସନେ ରତି ମଦନ । କି ଶେଭାବନ ୟେ । ୧ ।
ଦିଶନ୍ତି ଯେମନ୍ତ ଶୋଭା । ଏକକୁ ଆରେକ ଲୋଭା । ।
ମୁନିଙ୍କର ପାଦ ଧରି । ପ୍ରଳମ୍ବ କରି ୟେ । ୨ |
କଲ୍ୟାଣ କରନ୍ତି ଗୁରୁ । ସକଳ ଦୁରିତ ହରୁ ।
ଶୁଣ ହେ କୁମର ମଣି । ଆମ୍ଭର ବାଣୀ ୟେ । ୩ ।
ସ‌ହଜେ ରାଜକୁମାରୀ । ତନୁ ଅତି ସୁକୁମାରୀ ।
ବିଶେଷ ଅଲେଳ ଭାବ । ମନ ହରିବ ୟେ । ୪ ।
ୟେବେ ନିଜ ପୁରେ ଚଳ । ମୋଣୋହି ଉଛୁର ବେଳ ।
ଏ କଥା ପ୍ରଘଟ ନୋହୁ । ଗୁପତେ ଆଉ ୟେ । ୫ ।
ପାରିଲେ ଯାଅ ବିଦେଶ । ଥିଲେ ନାହିଁ ପଉରୁଷ ।
ନୃପତି ଜାଣିଲେ ମନ । ହୋଇବ ବନ୍ଦ ୟେ । ୬ ।
ମୁନିଙ୍କ ବଚନ ଶୁଣି । ସନ୍ତୋଷ ବର ତରୁଣୀ ।
ମୁନିଙ୍କ ପ୍ରଳମ୍ବ ହୋଇ । (ଚଳନ୍ତି) ଆଦେଶ ପାଇ ୟେ । ୭ ।


୧। ରତି ମଦନ- କନ୍ଦର୍ପ ଓ ତାର ସ୍ତ୍ରୀ । 'ଅଭିଷେକ କାଳେ ଜାଣ' ଏ ପଦାଂଶଟି 'କି ଶୋଭବନ' ପୂର୍ବରେ ଲଗାଇବାକୁ ହେବ ।
୪। ତନୁ-ଦେହ । ଅଲେଳଭାବ-ଅଲିଅଳ ଭାବ ।