ୟନ ପରେ ଶଶିସେଣା ରଚିତ ହୋଇଥିବା ବିଷୟରେ କୌଣସି ସନ୍ଦେହ ଉପସ୍ଥିତ ହୋଇ ନ ପାରେ । ଉଷାଭିଳାଷର ମୁଖବନ୍ଧରେ ତାହା ୧୫୫୫ ଖ୍ରୀଷ୍ଟାବ୍ଦରେ ରଚିତ ହୋଇ ଥିବାର ପ୍ରମାଣିତ ହୋଇଅଛି । ଶଶିସେଣା କାବ୍ୟ ରଚିତ ହେବା ସମୟକୁ ଉଷାଭିଳାଷ ଦେଶରେ ଯଥେଷ୍ଟ ପ୍ରସିଦ୍ଧି ଓ ଖ୍ୟାତି ଅର୍ଜନ କରି ସାରିଥିବାର ଅନୁମାନ ଅସଙ୍ଗତ ନୁହେଁ । ତାହା ହୋଇ ନ ଥିଲେ ଗାୟକମାନଙ୍କର ସୁବିଧା ନିମିତ୍ତ ହେଉ ବା ସେହିପରି ଅନ୍ୟ କୌଣସି କାରଣରୁ ହେଉ, ଶଶିସେଣା କାବ୍ୟରେ ଉଷାଭିଳାଷର ବାଣୀମାନ ନିର୍ଦ୍ଦେଶିତ ହୋଇ ନ ଥାନ୍ତା । ଏପରି ଅବସ୍ଥାରେ ଉଷାଭିଳାଷର ପ୍ରଚାର ଓ ପ୍ରସିଦ୍ଧି ଅର୍ଜନ ପାଇଁ ଏକଶତ ବର୍ଷ ଧରିନେଇ ତାହା ୧୫୫୫ ଖ୍ରୀଷ୍ଟାବ୍ଦ ସଙ୍ଗେ ଯୋଗ କଲେ ୧୬୫୫ ଖ୍ରୀଷ୍ଟାବ୍ଦ ବେଳକୁ ଶଶିସେଣା ରଚିତ ହୋଇଥିବାର ସ୍ପଷ୍ଟ ପ୍ରତିପନ୍ନ ହୁଏ । କାବ୍ୟଟିର ରଚନା କାଳରେ କବିଙ୍କର ବୟସ ୨୫ ବା ୩୦ ବର୍ଷ ହୋଇଥିବାର ଯଦି ଧରାହୁଏ, ତେବେ ୧୬୩୦ କିମ୍ବା ୧୬୨୫ ଖ୍ରୀଷ୍ଟାବ୍ଦରେ ପ୍ରତାପ ରାୟ ଜନ୍ମଗ୍ରହଣ କରିଥିବା ସୁନିଶ୍ଚିତ । ସୁତରାଂ ତାହାକୁ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗର କବି ଏବଂ ସେହି ସୂତ୍ରରେ ଶଶିସେଣା କାବ୍ୟକୁ ସପ୍ତଦଶ ଶତାବ୍ଦୀର ମଧ୍ୟଯୁଗର ସାହିତ୍ୟ ବୋଲି ମତ ପୋଷଣ କରିବା ସର୍ବତୋଭାବେ ଯୁକ୍ତିସଙ୍ଗତ । କାବ୍ୟଟି ଆମୂଳଚୂଳ ପାଠକଲେ ସମାଲୋଚକ ଗଣ ଦେଖିପାରିବେ ଯେ, ତହିଁରେ ଭଞ୍ଜଯୁଗର ଅପ୍ରାକୃତିକତା ତଥା ପାଣ୍ତିତ୍ୟ ପୂର୍ଣ୍ଣ ଆଳଙ୍କାରିକ ଶବ୍ଦାଡ଼ମ୍ବରରେ କବିତ୍ୱ ଅତିରଞ୍ଜିତ ବା ଭାରାକ୍ରାନ୍ତ ହୋଇ ନାହିଁ, ପରନ୍ତୁ ଶାରଦଗଗନର ମେଘ ବିମୁକ୍ତ ଶଶୀ ପରି କବିତ୍ୱର ପ୍ରଭା ଏବଂ କବିର ପ୍ରତିଭା ସରଳ ସହଜ ମୂର୍ଚ୍ଛନାରେ ବିକଶିତ ହୋଇ ଉଠିଛି ।
ପୃଷ୍ଠା:Sashi Sena.pdf/୬
Appearance