ପୃଷ୍ଠା:Sashi Sena.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪
ଶଶିସେଣା
 

ଯୋଗେଣ ଆସିଲ ବଞ୍ଚି । ଦେଲାନି ତାକୁ ବିରଞ୍ଚି ।
ଏହା ଶୁଣି ଦାସୀମାନେ । ତାପିତ ମନେ ଯେ । ୪୮ ।
ବୋଲନ୍ତି ନୃପତି ଆଗେ । ଯାଇଣ କହିବା ବେଗେ ।
ବ୍ୟାଘ୍ରକୁ ମାରନ୍ତୁ ଆସି । ତୋଟାରେ ପଶି ଯେ । ୪୯ |
କନ୍ୟା ବୋଲେ ନୋହେ କିଛି । ନିଶି ଆସି ହୋଉଅଛି ।
ଅନ୍ଧାରେ ହୋଇବ ଗୋଳ । ମରିବେ ବଳ ଯେ । ୫୦ |
କାଲି ଯେବେ ସେହୁ ଥିବ । ଅବଶ୍ୟ ବଧ ହୋଇବ ।
ଆଜ କେଣେ ଯିବ ନାହଁ । କ‌ହିଲି ମୁହିଁ ୟେ । ୫୧ ।
କୁମାରୀ ବଚନ ଶୁଣି । ଭୟ ପାଇଲେ ତରୁଣୀ ।
ମନରେ ସେ କଥା ଥିଲା । ନିଶି ହୋଇଲା ୟେ । ୫୨।
ସୁବେଶ ହୋଇଣ ବାଳୀ । ଚତୁସମ ଅଙ୍ଗେ ବୋଳି ।
ମୋଣୋହି ମାତାଙ୍କୁ ସଙ୍ଗେ । ବିବିଧ ରଙ୍ଗେ ୟେ । ୫୩ ।
ଆଚୋଁବନ ସାରି ବିଜେ । ବସନ ଉଲାଗି ହୋଇ ।
ସ‌ଖୀଙ୍କ ପଇଠି କର । ଚଳନ୍ତି ପୁର ଯେ । ୫୪ ।
ରତ୍ନପଲଙ୍କରେ ବିଜେ । କର୍ପୂର ବିଡ଼ିଆ ଭୁଞ୍ଜେ |
ଚଉପାଶେ ବେଢି ବାମା । ମଧ୍ୟରେ ଜେମା ଯେ । ୫୫ ।
ଗରୁଡ଼ ପଛରେ ଥାଇ । ଦେଖି ନରେ ଜଗୁସାଇଁ ।
ନାଶକର ମନ ତାପ । କହେ ପ୍ରତାପ ଯେ । ୫୬ ।




୪୮। ଦେଲାଣି ତା ବିରଞ୍ଚି - ବିଧାତା ତାକୁ ଆଣି ତୋଟାରେ ରଖିଲାଣି । ୫୪। ଆଚୋବନ-ମୂହଁ ଧୋଇ ବା ଚଳୁକରି । ଆଚମନ ଶବ୍ଦର ଅପଭ୍ରଷ୍ଟ ।