ପୃଷ୍ଠା:Sashi Sena.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚମ ଛାନ୍ଦ


ରାଗ ଦେକାର - ଚକ୍ରକେଳି ବାଣୀରେ ଗାଇବ
ୟେଥୁ ଅନନ୍ତରେ ଶୁଣ ସଜନି ।
ଯହୁଁ ଅଧ ହୋଇଲାକ ରଜନୀ । ୧ ।
ନିଦେ ଅଚେତ କାମିନୀ ସକଳ ।
ନ‌ଗ୍ରେ ନିଶବଦ, ନାହିଁ ଚ‌ହଳ । ୨।
ଜାଣି ଉଠିଲା ଯୁବତୀରତନ ।
ଘେନି ରତନ ବସନ ଯତନ । ୩ ।
ଫୁଲବନିକା ଭିତରେ ପ୍ରବେଶ ।
ଦେଖି କୁମର ମନରେ ହରଷ । ୪ ।
ଯେହ୍ନେ ଶୂନ୍ୟେ ଜଳ ପାଇ ଚାତକ ।
ସାହୁ ଭେଟିଲା କି ଥିଲା ଖାତକ । ୫।
ରଙ୍କ ଧନ କି ବାଟରେ ପାଇଲା ।
ନେଇ ଗୁପତ କରିଣ ଥୋଇଲା । ୬ ।
ବାଳୀ କୋଳ କଲା ଦେଖି କୁମର ।
ବିଜେ ମାଧବୀ ଲତାର ଭିତର । ୭ ।
ନାନା ବିନୋଦ ରସରେ ରସିଲେ ।
ରତିପତି-ଭୀତି ମନୁଁ ନାଶିଲେ । ୮।

୬-୧- ଦୀନ ଧନ କି ବାଟରେ ପାଇଲା (ଖ, ଗ) ।


୧। ରଜନୀ-ରାତି ।୪। ଫୁଲ ବନିକା - ଫୁଲବଗିଚା ।
୮। ବିନୋଦ ରସରେ-ହାସ ପରିହାସ ଓ କ୍ରୀଡ଼ା କୌତୁକରେ । ରତିପତି-କନ୍ଦର୍ପ ।