ପୃଷ୍ଠା:Sashi Sena.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ଶଶିସେଣା
 

ଗାଢ଼େ ଆଲିଙ୍ଗନ କରି ନିର୍ଭରେ ।
ମୁଖେ ଚୁମ୍ବନ ଦେଇ ଧାତିକାରେ । ୯ ।
କୁଚ ଶମ୍ଭୁରେ ପାଣିପଦ୍ମ ଦେଇ ।
ଧରି ଅଧରୁ ଅମିୟ ପିଅଇ । ୧୦ ।
ବାଳୀ ସାତ୍ତ୍ୱିକ ବିକାରେ ତରଳ ।
କଟି ଉଲୁସି ଖସିଲା ଦୁକୂଳ । ୧୧ ।
ତ‌ନୁ ରୋମାଞ୍ଚିତ ହୋୟେ ଜଙ୍ଘନ ।
ଚଉଷଠି ପରିବନ୍ଧେ ବିଧାନ । ୧୨।
କେଳି କରି ବରନାରୀ ଉଲ୍ଲାସ ।
ଅଙ୍ଗ ପୋଛି ପିନ୍ଧିଲେ ଝୀନବାସ । ୧୩ ।
ଅହିମାଣିକ୍ୟ ବୋଲଇ ମିତଣି ।
ଅଶ୍ୱଶାଳକୁ ଯିବା ଚାଲ ପୁଣି । ୧୪ ।


୯| ଆଲିଙ୍ଗନ -କୁଣ୍ଢାକୁଣ୍ଢି । କୁଚ...ଦେଇ—କୁଚ ହେଲା (ଶମ୍ଭୁ) ମହାଦେବ । ମହାଦେବଙ୍କ ଉପରେ ଫୁଲ ଚଢ଼ା ଯାଏ । ଏଠାରେ (ପାଣି) ହାତ ହେଲା ପଦ୍ମଫୁଲ । ତାହା କୁଚ ଉପରେ ଦିଆହେଲା । ଅଧରୁ-ଓଠରୁ । ଅମିୟ-ଅମୃତ ।
୧୧। ସାତ୍ତ୍ୱକ ବିକାର—ସ୍ତ୍ରୀ ପୁରୁଷ ମିଳିତ ହେଲା ବେଳେ ଦୁହିଁଙ୍କଠାରେ ଯେଉଁ କେତେକ (ବିକାର) ଲକ୍ଷଣ ଦେଖାଯାଏ ; ତାକୁ ପଣ୍ତିତମାନେ ସାତ୍ତ୍ୱିକ ବିକାର କହନ୍ତି । ଏହି ବିକାର ଆଠ ପ୍ରକାର, ଯଥା:—ସ୍ତମ୍ଭ (ଭୟ ଓ ଆନନ୍ଦରେ ଜଡ଼ ହୋଇଯିବା), ସ୍ୱେଦ (ଦେହରୁ ଝାଳ ବୋହିବା), ରୋମାଞ୍ଚ (ଆନନ୍ଦ ଓ ଭୟରେ ରୋମ ଟାଙ୍କୁରିବା), ସ୍ୱରଭଙ୍ଗ, (ତୁଣ୍ଡ ଖନି ବାଳିବା), ବେପଥୁ (ଦେହ କମ୍ପିବା), ବୈବର୍ଣ୍ଣ (କଳାପଡ଼ିବା), ଆଶ୍ରୁ (ଆଖିରୁ ଲୁହ ବହିବା) ଏବଂ ପ୍ରଳୟ (ବୁଦ୍ଧି ହଜିଯିବା ବା ମୁର୍ଚ୍ଛା ଯିବା । ତରଳ-ଚଞ୍ଚଳ । ଦୁକୂଳ—ଲୁଗା ।
୧୩। ବରନାରୀ-ସୁନ୍ଦରୀ । ଝୀନବାସ- ସରୁଲୁଗା ।
୧୪। ଅଶ୍ୱଶାଳ-ଘୋଡ଼ାଶାଳ ।